ଦେଶ- ବିଦେଶ

ସେନା ଗାଡ଼ି ଉପରକୁ ଗୁଳିମାଡ଼; ପ୍ରତିଆକ୍ରମଣରେ ଜଣେ ଆତଙ୍କୀ ନିପାତ

ମ୍ମୁ: ଜମ୍ମୁ-କାଶ୍ମୀରର ଅଖନୁର ଅଞ୍ଚଳରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳି ମାଡ଼ କରିଛନ୍ତି ଆତଙ୍କବାଦୀ। ତେବେ ଏହି ଗୁଳି ଚାଳନାରେ ସେନା ଯବାନଙ୍କ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଘଟଣା ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛନ୍ତି। ଅପରପକ୍ଷେ ସେନା ପକ୍ଷରୁ ପ୍ରତିଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଅଛି।

ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରର ଅଖନୁରରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଗୁଳି ଚଳାଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ତିନିରୁ ଚାରି ଜଣ ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀମାନେ ସ୍ଥାନୀୟ ମନ୍ଦିର ଆଖପାଖରେ ଲୁଚି ରହିଥାଇ ପାରନ୍ତି। ଆକ୍ରମଣ ପରେ ସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button