ଦେଶ- ବିଦେଶ

କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା: ବଲିଉଡ କଳାକାର ନିଜ ହିସାବରେ ପ୍ରତିକ୍ରିୟା ଦେଇଥିବା କହିଲେ କାର୍ତ୍ତିକ

ମୁମ୍ବାଇ: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ବଲିଉଡ କଳାକାର ନିଜ ନିଜ ହିସାବରେ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ବୟାନ ଦେଇ ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆରୟନ । କୋଲକାତାର ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବଲିଉଡ କଳାକାର କୌଣସି ପ୍ରତିକ୍ରିୟା ରଖୁନଥିବାରୁ ସେମାନଙ୍କୁ ଟ୍ରୋଲ କରାଯାଉଛି।

ବଲିଉଡ କଳାକାର ବିଦେଶରେ ଘଟୁଥିବା ଘଟଣା ବିଷୟରେ ଟଙ୍କା ନେଇ ନିଜ ସୋସିଆଲ ମିଡିଆ ଷ୍ଟାଟସରେ ରଖୁଛନ୍ତି। ହେଲେ ଦେଶ ଭିତର ଘଟଣାକୁ ବିରୋଧ କରୁନଥିବା ନେଇ ଲୋକେ ଦାବି କରୁଛନ୍ତି।

ଏହା ଉପରେ କାର୍ତ୍ତିକଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହାର ଭିନ୍ନ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, “ଏହା ସତ୍ୟ ନୁହେଁ ଯେ ବଲିଉଡ କଳାକାର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ସମସ୍ତେ ନିଜ ନିଜ ହିସାବରେ ପ୍ରତିକ୍ରିୟା ଦେଇଛନ୍ତି। ପାର୍ଥକ୍ୟ ହେଉଛି ପରିସ୍ଥିତି ଦେଖି ଲୋକମାନେ ପ୍ରତିକ୍ରିୟା ଦିଅନ୍ତି। କିନ୍ତୁ ଏହା ନୁହେଁ ଯେ କେହି ଆଦୌ ପ୍ରତିକ୍ରିୟା ଦିଅନ୍ତି ନାହିଁ। ”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button