ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ
ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି ଲରେନ୍ସ ବିଷ୍ଣୋଇ ଗାଙ୍ଗ । ଅପରାଧ ସାମ୍ରାଜ୍ୟର ବିସ୍ତାର ପାଇଁ ସେ ୧୧ଟି ରାଜ୍ୟରେ ୭୦୦ରୁ ଅଧିକ ସାର୍ପ ସୁଟର୍ଙ୍କୁ ପାଳିପୋଷି ରଖିଛି ।
ଯେମିତି ଅପରାଧ ସାମ୍ରାଜ୍ୟର ଅନ୍ୟନାମ ଏବେ ଲରେନ୍ସ ବିଷ୍ଣୋଇ ।
ତେବେ ସମସ୍ତଙ୍କୁ ବନ୍ଧୁକ ମୁନରେ ମାରି ଗଡାଉଥିବା ଲରେନ୍ସକୁ ଏବେ ମାରିବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି କ୍ଷେତ୍ରୀୟ କରଣୀ ସେନା । କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ରାଜ୍ ଶେଖାଓ୍ବତ, ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ମାରିବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ସେ କହିଛନ୍ତି, ଯେଉଁ ପୋଲିସ୍ ଅଫିସର ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟର କରିବେ, ତାଙ୍କୁ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧ଶହ ୧୧ ଟଙ୍କା ପୁରସ୍କାର ଭାବେ ଦିଆଯିବ । ତେବେ ସେ ଆହୁରି ମଦ୍ୟ କହିଛନ୍ତି, ଲରେନ୍ସ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରିଛି । ତେଣୁ ତାକୁ ମାରି ପୂରା ଭାରତକୁ ଭୟମୁକ୍ତ କରିବା ଉଚିତ୍ ।