ରାଜ୍ୟ
କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ..

ବରଗଡ : ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ହୃଷିକେଶ ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ୩ ହଜାର ଟଙ୍କା ଆଣିଥିଲେ ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗର ସତ୍ୟାସତ୍ୟର ତଦନ୍ତ ଲାଗି ଗଠିତ ଏକ ଟିମ୍ର ରିପୋର୍ଟ ଆଧାରରେ ହୃଷିକେଶ ଭୋଇଙ୍କୁ ନିଲମ୍ବିତ କରାଯାଇଛି ।
କଂସ ଚରିତ୍ରର ଜଣେ କଳାକାରଙ୍କ ଏପରି ଆଚରଣକୁ ସବୁ ମହାଳରୁ ନିନ୍ଦା କରାଯାଇଥିଲା



