ରାଜ୍ୟ

ମହାକାର୍ତ୍ତିକ ବ୍ରତର ତୃତୀୟ ଦିନ, ପୁରାଣ ପାଠରେ କମ୍ପୁଛି ପୁରା ପରିବେଶ

ପୁରୀ ୨୦।୧୦ : ମହାକାର୍ତ୍ତିକ ବ୍ରତର ଆଜି ହେଉଛି ତୃତୀୟ ଦିନ। ଏହା ଏକ ମାସ ଧରି ଚାଲିବ । ବ୍ରତଧାରୀ ମାନେ ବଢି ଭୋରରୁ ଉଠି ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିବା ସହ ଗୁଆ,ନଡ଼ିଆ ଟେକି ମା ବୃନ୍ଦାବତୀଙ୍କ ନିକଟରେ ବ୍ରାହ୍ମଣଙ୍କ ଦ୍ୱାରା କାର୍ତିକ ବ୍ରତ ପାଇଁ ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି । ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳୀ ।

ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳି ମାନେ ୩ଟି ଜାଗାରେ ରହି ଏକମାସ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପ୍ରଶାସନ ଦ୍ୱାରା ସେମାନଙ୍କ ପାଇଁ ସକାଳ ଚା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସହ ସଂଧ୍ୟାବେଳେ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ସହ ଭଜନ କୀର୍ତ୍ତନ ପରିବେଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯାହାକୁ ନେଇ ହବିଷ୍ୟାଳି ମାନେ ବେଶ୍ ଖୁସି ଅଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button