ଦେଶ- ବିଦେଶ

କାନାଡାର ଭାରତ ବିରୋଧୀ ପଦକ୍ଷେପ ଜାରି: ‘ଅବଶିଷ୍ଟ ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ବି କଡ଼ା ନଜର

ରୋଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା କାନାଡା ତା’ର ଭାରତ ବିରୋଧୀ ଆଭିମୁଖ୍ୟ ଜାରି ରଖିଛି। କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି ଯେ ଦେଶରେ ଅବଶିଷ୍ଟ ଭାରତୀୟ କୂଟନୀତିଜ୍ଞମାନେ ଆମର କଡ଼ା ନଜରରେ ରହିଛନ୍ତି। ଭାରତୀୟ କୂଟନୀତିଜ୍ଞମାନଙ୍କୁ ସନ୍ଦିଗ୍ଧ ବୋଲି ଦର୍ଶାଇବାକୁ ସେ ପଛାଇନାହାନ୍ତି।

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାର ତଦନ୍ତରେ କାନାଡା ଭାରତୀୟ କୂଟନୀତିଜ୍ଞମାନଙ୍କୁ ‘ତଦନ୍ତ ପରିସରଭୁକ୍ତ ଯୋଗ୍ୟ’ ବ୍ୟକ୍ତି ଭାବେ ଘୋଷଣା କରିବା ପରେ ଭାରତ ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଥିଲା। କାନାଡା ୬ ଜଣ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବା ବେଳେ ଭାରତ ମଧ୍ୟ ଏହାର ଜବାବରେ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ଭିଏନା ଚୁକ୍ତିକୁ ଉଲ୍ଲଂଘନ କରୁଥିବା କିମ୍ବା କାନାଡାବାସୀଙ୍କ ଜୀବନକୁ ବିପଦରେ ପକାଇଥିବା କୌଣସି କୂଟନୀତିଜ୍ଞଙ୍କୁ ସରକାର ବରଦାସ୍ତ କରିବେ ନାହିଁ ବୋଲି ଜୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ବିନା କୌଣସି ପ୍ରମାଣରେ ଦୂତାବାସ ଅଧିକାରୀ ବିରୋଧରେ ଉତ୍ତେଜକ ବୟାନ ଦେଇ କାନାଡା ବିଦେଶ ମନ୍ତ୍ରୀ ଏବେ ମାମଲାକୁ ଅଧିକ ଜଟିଳ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ବ୍ରିଟିଶ କଲମ୍ବିଆରେ ଆତଙ୍କବାଦୀ ଭାବେ ପରିଚିତ ହରଦୀପ ସିଂହ ନଜାରକୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ଭାରତୀୟ ଅଧିକାରୀଙ୍କ ସମ୍ପୃକ୍ତି ଥିବା କାନାଡା ଅଭିଯୋଗ କରିଥିଲା। ସେପ୍ଟେମ୍ବର ୨୦୨୩ରେ ସଂସଦରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଅଭିଯୋଗ ଉଠାଇଥିଲେ, ଯାହାକୁ ଭାରତ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଖଣ୍ଡନ କରିଥିଲା। ଭାରତ ଚଳିତ ସପ୍ତାହରେ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ କାନାଡାରେ ଥିବା ହାଇକମିସନରଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button