ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪୫ ଜଣଙ୍କ ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଲିମ୍ପୋପ ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ହୋଇ ୪୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବୋଟସ୍ବାନାରୁ ୪୫ ଇଷ୍ଟର ତୀର୍ଥଯାତ୍ରୀଙ୍କୁ ଆଣି ଆସୁଥିବା ବସଟି ଲିମ୍ପୋପ ପ୍ରଦେଶରେ ୧୫୦ ଫୁଟ୍ ଗଭୀରକୁ ଖସି ଯାଇ ଜଳି ଯାଇଥିଲା। ଫଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏହି ଦୁର୍ଘଟଣା ହୋଇଥିବାବେଳେ ଏଯାବତ ଉଦ୍ଧାର ହୋଇଥିବା ୩୪ ମର ଶରୀର ମଧ୍ୟରୁ କେବଳ ୯ ଜଣଙ୍କୁ ଚିହ୍ନଟ କରିହେଉଛି। ଏହି ଦୁର୍ଘଟଣାରୁ କେବଳ ଏକ ୮ ବର୍ଷର ଶିଶୁ ବଞ୍ଚି ଯାଇଛି। ମୋକପାନେ ନିକଟରେ ଏହି ଦୁର୍ଘଟଣା ହୋଇଛି। ସମସ୍ତ ମୃତକମାନେ ହେଉଛନ୍ତି ବୋଟସ୍ବାନାର ଏବଂ ଲିମ୍ପୋପ ପ୍ରଦେଶ ସ୍ଥିତ ମୋରିଆ ନିକଟରେ ଥିବା ଜେଡ୍ସିସି (ଜିନୋଇଷ୍ଟ ଖ୍ରିଷ୍ଟିଆନ ଚର୍ଚ୍ଚ)ରେ ବାର୍ଷିକ ଇଷ୍ଟର କାର୍ଯ୍ୟକ୍ରମ ପାଇଁ ସେମାନେ ଯାଉଥିଲେ। ବସ୍ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇ ଦେବାରୁ ଏହି ଦୁର୍ଘଟଣା ହୋଇଛି। ବସରେ ମୋଟ୍ ୪୫ ଜଣ ଥିଲେ ବୋଲି ବସ୍ ମାଲିକଙ୍କ ନିକଟରେ ଥିବା ଯାତ୍ରୀ ତାଲିକାରୁ ଜଣାପଡ଼ିଛି। ବସ୍ଟି ଗଭୀର ପାର୍ବତ୍ୟାଞ୍ଚଳକୁ ଖସି ଜଳି ଯାଇଥିବାରୁ ପ୍ରାୟ ସମସ୍ତ ଯାତ୍ରୀ ଜଳି ଯାଇଛନ୍ତି।
[ad_2]