ଦେଶ- ବିଦେଶ

ପୁଣି ବିମାନରେ ବୋମା ଧମକ, ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ଦିଲ୍ଲୀ ଡାଇଭର୍ଟ

ନୂଆଦିଲ୍ଲୀ: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ସୋମବାର ସକାଳେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବୋମା ଧମକ ପାଇବା ପରେ ଜରୁରୀ କାଳୀନ ଅବତରଣ କରାଯାଇଥିଲା।

ଏହି ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିଲା। ସୁରକ୍ଷା ଦୃଷ୍ଟିରୁ ଏୟାର ଇଣ୍ଡିଆର ବିମାନକୁ ତୁରନ୍ତ ଦିଲ୍ଲୀକୁ ଡାଇଭର୍ଟ କରାଗଲା।

ଆଇଜି ବିମାନବନ୍ଦର ପୋଲିସର ସୂଚନାନୁସାରେ, ବିମାନଟି ବର୍ତ୍ତମାନ ଆଇଜି ବିମାନବନ୍ଦରରେ ଅଛି ଏବଂ ବିମାନରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉଛି। ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଅଧିକ ତଦନ୍ତ ଚାଲିଛି।

ଅଧିକାରୀଙ୍କ ସୂଚନା ଅପୁଯାୟୀ, ବିମାନଟି ବର୍ତ୍ତମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଛି ଏବଂ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଉଛି। ଏୟାର ଇଣ୍ଡିଆ ବିମାନ AI 657 ୧୩୫ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିଲା। ସମସ୍ତଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି। ବିମାନକୁ ଅଲଗା ସ୍ଥାନରେ ରଖାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button