ଦେଶ- ବିଦେଶ

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ୧୦ ରାଜ୍ୟକୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ବର୍ତ୍ତମାନ ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପୁଣି ଥରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୋମବାର ଏହି ନିମ୍ନ ଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହେବା ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଏହି ଘୂର୍ଣ୍ଣିବଳୟ ପାଖେଇ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଗୃହ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାପାଟଲା, ପ୍ରକାଶମ, ନେଲୋର, କୁର୍ନୁଲ ଏବଂ ନନ୍ଦିଆଲା ଭଳି ଅନେକ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବ ପଶ୍ଚିମବଙ୍ଗରୁ ବିହାର ପର୍ଯ୍ୟନ୍ତ ଦେଖାଯିବ ବୋଲି କହିଛି ପାଣିପାଗ ବିଭାଗ। ଦକ୍ଷିଣ ରାଜ୍ୟଗୁଡିକ ପାଇଁ ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୧୫ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଦୁଚେରୀରେ ଆସନ୍ତା ୬ ଦିନରେ କେରଳରେ ଏବଂ ଅକ୍ଟୋବର ୧୪ରୁ ୧୬ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ଅକ୍ଟୋବର ୧୪ ପର୍ଯ୍ୟନ୍ତ କର୍ଣ୍ଣାଟକରେ ମଧ୍ୟ ବର୍ଷା ହେବ। ତାମିଲନାଡୁ ଏବଂ କେରଳରେ ୧୪ ଏବଂ ୧୫ ଅକ୍ଟୋବରରେ ପ୍ରବଳ ବର୍ଷା ହୋଇପାରେ।

ଅନ୍ୟପଟେ ଆଇଏମଡିର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶରୁ ଫେରିଯିବାର ସମ୍ଭାବନା ରହିଛି। ସେହିପରି ଓଡି଼ଶା ଓ ପଶ୍ଚିମବଙ୍ଗରୁ ମଧ୍ୟ ମୌସୁମୀ ବିଦାୟ ନେବା ଆରମ୍ଭ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button