ଜ୍ୟୋତିଷ

ଦଶହରାରେ ଚମକିବ ଏହି ୫ ରାଶିଙ୍କର ଭାଗ୍ୟ, ସଫଳତା ମିଳିବା ସହ ହେବ ଧନର ଲାଭ

ପାର୍ବଣ ପାଇଁ ସାରା ଦେଶ ଉତ୍ସବ ମୁଖର। ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତ୍ ଜନନୀ ଦଶଭୁଜା ମା ଦୁର୍ଗା। ନବରାତ୍ରୀକୁ ବହୁ ଧୁମଧାମରେ ପାଳନ କରାଯାଉଛି । ଏହି ଦିନ ମା’ ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଏ । ଏହା ସହିତ ମା’ଙ୍କର ୯ ଦିନ ପୂରଣ ହେବା ପରେ ଦଶମ ଦିନରେ ଦଶହରାର ପର୍ବ ପାଳନ କରାଯାଏ । ଦଶହରାରେ ଅଧର୍ମ ଉପରେ ଧର୍ମର ବିଜୟ ରୂପେ ପାଳନ କରାଯାଏ । ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତି ରାବଣଙ୍କୁ ହତ୍ୟା କରି ବିଜୟ ଲାଭ କରିଥିଲେ ।

ତେବେ ଏହି ଦଶହରାରେ ମା ଦୁର୍ଗା କାଛି ରାଶିର ଲୋକଙ୍କ ଉପରେ ବିଶେଷ କୃପା କରିବେ। ଗ୍ରହଙ୍କ ଅନୁକୂଳ ସ୍ଥିତିର କାରଣ ଏହି ୫ ରାଶିମାନଙ୍କ ଭାଗ୍ୟ ଚମକାଇବାକୁ ଯାଉଛି। ତେବେ ଆସନ୍ତୁ ଜାଣନ୍ତୁ ସେହି ୫ଟି ରାଶି ବିଷୟରେ ଯାହାଙ୍କ ପାଇଁ ଦଶହରା ଦିନ ହେବାକୁ ଯାଉଛି ଅତ୍ୟନ୍ତ ଶୁଭ।

କର୍କଟ ରାଶି: କର୍କଟ ରାଶି ଏହି ଦିନ ଆର୍ଥିକ ଭାବେ ଲାଭଦାୟକ ରହିବ। କୌଣସି ବଡ଼ ଲାଭ ବା ପୁରୁଣା ନିବେଶରୁ ଧନ ପ୍ରାପ୍ତି ହୋଇପାରେ। ପରିବାରରେ ସୁଖ-ଶାନ୍ତି ରହିବ ଏବଂ କର୍ମକ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ବଢିବ।

କନ୍ୟା ରାଶି: କନ୍ୟା ରାଶିମାନଙ୍କ ପାଇଁ ଏହି ଦିନ କ୍ୟାରିୟରେ ସଫଳତାର ଦିନ ଅଟେ। ନୂଆ ଚାକିରି ମିଳିପାରେ ଏବଂ ଯେଉଁ ଲୋକେ ପ୍ରମୋଶନର ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ମଧ୍ୟ ଆଜିର ଦିନ ଶୁଭ ରହିବ।

ବିଛା ରାଶି: ଏହି ରାଶିର ଲୋକଙ୍କ ପାଇଁ ଦଶହରା ଦିନ ଖାସ ରହିବ। ବ୍ୟାପାରରେ ଉନ୍ନତି ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ରହିବ। ପରିବାରରେ କୌଣସି ଏକ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ନୂଆ ଯୋଜନା ଉପରେ କାମ ଆରମ୍ଭ କରିବା ପାଇଁ ଏହା ଉତ୍ତମ ସମୟ ଅଟେ।

ଧନୁ ରାଶି: ଧନୁ ରାଶିର ଲୋକଙ୍କ ପାଇଁ ଏହି ଦିନ ଯାତ୍ରା ଏବଂ ନୂଆ ସଂପର୍କ ସହ ଭରି ରହିବ। ଚାକିରି ଏବଂ ବ୍ୟାପାରରେ ପ୍ରଗତି ହେବ। ଭାଗ୍ୟ ସାଥ ଦେବ ଏବଂ ଆପଣଙ୍କ ଯୋଜନା ସଫଳ ହବେ। ବିଦେଶରେ ଜଡିତ କାର୍ଯ୍ୟରେ ଲାଭ ହେବାର ଯୋଗ ରହିଛି।

କୁମ୍ଭ ରାଶି: ଏହି ରାଶିର ଲୋକଙ୍କ ପାଇଁ ଦିନଟି ବିଶେଷ ରହିବ। ଅଟକିଥିବା କାର୍ଯ୍ୟ ପୂରଣ ହେବ ଏବଂ ଭାଗ୍ୟର ସାଥ ମିଳିବ। ଆପଣ କୌଣସି ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରିବେ, ଯାହା ବଭିଷ୍ୟତରେ ସଫଳତା ପ୍ରଦାନ କରିବ। ସ୍ୱାସ୍ଥ୍ୟ ଠିକ ରହିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button