ରାଜ୍ୟ

ପ୍ରେସର ଦେବାବେଳେ ଫାଟିଲା ଟାଙ୍କି: ଗ୍ୟାରେଜ୍ ମାଲିକ ମୃତ, ଦୁଇ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗାଡିରେ ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି । ଘଟଣାସ୍ଥଳରେ ଗ୍ୟାରେଜ୍ ମାଲିକ ମୃତ, ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳୁ ଟାୟାର ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏଥିରେ ଗ୍ୟାରେଜ୍ ମାଲିକଙ୍କର ମୃତ୍ୟୁ ଘଟିଥିଲା। ମୃତକ ନବଘନ ପରିଡା ବୋଲି ଜଣାପଡିଛି। ଦୁଇ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button