ଦେଶ- ବିଦେଶ

ସେ ମୋତେ ହତ୍ୟା କରି ଦେଇଥାନ୍ତେ: ‌ନୋଟ୍‌ରୁ ମିଳିଲା ଚାଞ୍ଚଲ୍ୟକର କଥା

ବେଙ୍ଗାଲୁରୁ: ‘ଯଦି ମୁଁ ତାଙ୍କୁ ହତ୍ୟା କରି ନ ଥାଆନ୍ତି, ତେବେ ମହାଲକ୍ଷ୍ମୀ ମୋତେ ହତ୍ୟା କରିଥାନ୍ତେ’। ଗତ ମାସ ନିଜ ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥବା ପ୍ରେମିକ ଏପରି କହିଥିବା ଏବେ ଜାଣିବାକୁ ମିଳୁଛି। ଘଟଣା ଘଟିବାର ମାସେ ପରେ ମିଳିଥିବା ଏକ ହାତ ଲେଖା ନୋଟ୍ରୁ ଜାଣିବାକୁ ମିଳିଛି।

ମହାଲକ୍ଷ୍ମୀଙ୍କୁ ଶେଷ ଥର ପାଇଁ ସେପ୍ଟେମ୍ବର ୧ ତାରିଖରେ ବେଙ୍ଗାଲୁରୁରେ ତାଙ୍କ କର୍ମକ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେହି ଦିନ ମଧ୍ୟ ତାଙ୍କ ଟିମ୍ର ମୁଖ୍ୟ ତଥା ପ୍ରେମିକ ମୁକ୍ତି ରଞ୍ଜନ ରୟଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସପ୍ତାହେ ପରେ ପଡୋଶୀମାନେ ମହିଳାଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ଖବର ସମ୍ପର୍କୀୟଙ୍କୁ ଜଣାଇଥିଲେ।

ସେପ୍ଟେମ୍ବର ୨୧ରେ ଯେତେବେଳେ ୨୯ ବର୍ଷ ବୟସ୍କା ମହିଳାଙ୍କ ମାଆ ତାଙ୍କ ଘରେ ପହଞ୍ଚିଲେ, ସେତେବେଳେ ସେ ତାଙ୍କ ଝିଅକୁ ପାଇଲେ ନାହିଁ। ତାଙ୍କ ପ୍ରେମିକ ତାଙ୍କ ଶରୀରକୁ କାଟି ଫ୍ରିଜରେ ଭର୍ତ୍ତି କରି ୱାଶରୁମ୍ ଭିତରେ ରଖିଥିଲେ। ପୁଲିସ ସୂଚନା ଦେଇଥିଲା ଯେ ମହାଲକ୍ଷ୍ମୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୫୦ରୁ ଅଧିକ ଖଣ୍ଡରେ କାଟି ଦେଇ ଫ୍ରିଜ୍ରେ ରଖିଥିଲେ।

ପୁଲିସ୍ କିଛି ଦିନ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଭଦ୍ରକରୁ ଖୋଜି ପାଇଥିଲା। ମାତ୍ର ସେତବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ପ୍ରେମିକ ମୁକ୍ତି ରଞ୍ଜନ ରୟ ସେତବେଳକୁ ନିଜ ଜୀବନ ହାରି ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button