ଦେଶ- ବିଦେଶ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଧାମୀ

ନୂଆଦିଲ୍ଲୀ/ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଉତ୍ତରାଖଣ୍ଡର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନିରବିଚ୍ଛିନ୍ନ ସମର୍ଥନ ପ୍ରଦାନ କରୁଥିବା ସେ ଏଥିପାଇଁ ତାଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ। ଏଥିସହିତ ୨୧୨୩ ମେଗାୱାଟ୍ର ୨୧ଟି ଜଳ ପରିଯୋଜନା ସମେତ ସୋନପ୍ରୟାଗ-ଗୌରୀକୁଣ୍ଡ କେଦାରନାଥ, ଗୋବିନ୍ଦ ଘାଟ-ହେମକୁଣ୍ଡ ସାହିବ ଏବଂ କାଠଗୋଦାମ-ନୈନୀତାଲ ରୋପୱେ ପରିଯୋଜନାକୁ ରାଜ୍ୟ ସରକାରଙ୍କ ଦ୍ବାରା ବିକାଶ ଏବଂ ପରିଚାଳନା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।

ଡେରାଡୁନ-ଗୌଚର, ଡେରାଡୁନ-ଚିନ୍ୟାଲିସୌଡ଼ ମଧ୍ୟରେ ବିମାନ ସେବା ପୁନଃଆରମ୍ଭ ପାଇଁ ଜଣାଇଥିଲେ।

ଏଥିସହିତ ଖୈରନା-ରାଣିଖେତ-ବଙ୍ଗୀଧାର-ବୈଜରୋଁ ମୋଟରମାର୍ଗ (୨୫୬.୯କିମି) ଏବଂ କାଠଗୋଦାମ-ଭୀମତାଳ ଲୋହାଘାଟ-ପଞ୍ଚେଶ୍ବର ମୋଟରମାର୍ଗ(୧୮୯କିମି)କୁ ଜାତୀୟ ରାଜପଥରେ ପରିଣତ କରିବା ପାଇଁ ଅନୁରୋଧ କରିଥିଲେ। ଏଥିସହିତ ଡେରାଡୁନ ରିଙ୍ଗରୋଡ୍ର ଅବଶିଷ୍ଟ ଦୂରତାକୁ ମଞ୍ଜୁରି ଦେବାପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ସେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କେଦାରନାଥ ମନ୍ଦିରର ପ୍ରତିକୃତି ଏବଂ ପ୍ରସାଦ ପ୍ରଦାନ କରିଥିଲେ। ହରିୟାଣା ନିର୍ବାଚନରେ ବିଜେପିର ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବ ଉପରେ ସାଧାରଣ ଲୋକଙ୍କ ଭରସାକୁ ସୂଚାଉଛି ବୋଲି ସେ କହିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button