ଗୁଜରାଟ, ରାଜସ୍ଥାନରେ ଖାତା ଖୋଲିଲା କଂଗ୍ରେସ – Kalinga News

[ad_1]
ନୂଆଦିଲ୍ଲୀ: ବିଜେପି ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍ କରିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ ବିଜେପିର ଏହି ଲକ୍ଷ୍ୟ ପୂରଣ ହୋଇନି। କଂଗ୍ରେସ ଦଶନ୍ଧି ପରେ ଗୁଜରାଟରେ ଖାତା ଖୋଲିବାରେ ସକ୍ଷମ ହୋଇଛି। କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠାରେ ବିଜେପିର ରେଖା ଚୌଧାରୀଙ୍କୁ ହରାଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ୍ରୁ ଜଣାପଡ଼ୁଥିଲା ଯେ କଂଗ୍ରେସ ଗୁଜରାଟରେ ୪ ଆସନରେ ଜିତିବ କିନ୍ତୁ ଶେଷରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି। ଉଲ୍ଳେଖଯୋଗ୍ୟ ଯେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ କୌଣସି ଗୋଟିଏ ଆସନରେ ଜିତି ପାରିନଥିଲା। ୨୦୦୯ରେ କଂଗ୍ରେସ ଗୁଜରାଟରେ ୧୧ ଆସନରେ ଜିତିଥିବାବେଳେ ବିଜେପି ୧୪ ଆସନରେ ଜିତିଥିଲା। ଚଳିତ ଥର ବିଜେପି ୨୫ ଆସନରେ ଜିତିଛି। ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତି ନଥିଲା।
[ad_2]