ଖେଳ ଖବର

ଓ୍ବାର୍ଲ୍ଡ କ୍ରିକେଟର ନୂଆ ‘ପେସ୍‌ କିଙ୍ଗ୍’; ଶୋଏବ ଅଖତରଙ୍କ ଠାରୁ କେତେ ଭିନ୍ନ ମୟଙ୍କ ଯାଦବ

ନୂଆଦିଲ୍ଲୀ: ରବିବାର ଗ୍ଵାଲିୟରରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶକୁ ସହଜରେ ପରାସ୍ତ କରିଛି ଭାରତ । ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ମୟଙ୍କ ଯାଦବ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଛନ୍ତି।

ଆଇପିଏଲରେ ନିଜର ଗତି ବଳରେ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିବା ମୟଙ୍କ ଯାଦବ ନିଜର ପଦାର୍ପଣ ମ୍ୟାଚ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଏହି ଦ୍ରୁତ ବୋଲର ୪ ଓଭରରେ ୨୧ ରନ୍ ଦେଇ ଗୋଟିଏ ଓ୍ବିକେଟ୍ ନେଇଛନ୍ତି।

ବିଶେଷକରି ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ରେ ମୟଙ୍କ ଯାଦବ ନିଜ ଗତିରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଯାହାପରେ କ୍ରିକେଟ ପ୍ରଶଂସକ ମୟଙ୍କଙ୍କୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ସହ ତୁଳନା କରିଛନ୍ତି । ତେବେ ଆସନ୍ତୁ ଜାଣିବା ମୟଙ୍କ ଯାଦବ ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ପ୍ରସିଦ୍ଧ ଶୋଏବଙ୍କଠୁ କେମିତି ଭିନ୍ନ ? ଏହି ଯୁବ ଉଦୀୟମାନ ଦ୍ରୁତ ବୋଲରଙ୍କଠାରେ କ’ଣ ରହିଛି ବିଶେଷତ୍ଵ ?

ଶୋଏବ ଅଖତର ନିଜ ଦ୍ରୁତ ବୋଲିଂ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ । କିନ୍ତୁ ବଲ ଉପରେ ତାଙ୍କର ନିୟନ୍ତ୍ରଣ ଭଲ ନଥିଲା । ଯେଉଁଥିପାଇଁ ବ୍ୟାଟରମାନେ ଏହି ବୋଲରଙ୍କ ବିପକ୍ଷରେ ସହଜରେ ରନ୍ ସ୍କୋର କରୁଥିଲେ । ଏହା ବ୍ୟତୀତ ଶୋଏବ ଅଖତର ତାଙ୍କ ବୋଲିଂ ସମୟରେ ଓ୍ଵାଇଟ୍ ଏବଂ ନୋ ବଲ ସହ ସଂଘର୍ଷ କରୁଥିଲେ । କିନ୍ତୁ ମୟଙ୍କ ଯାଦବଙ୍କର ବଲ୍ ଉପରେ ଭଲ ନିୟନ୍ତ୍ରଣ ରହିଛି । ବଲ୍ ଉପରେ ଉତ୍କୃଷ୍ଟ କଣ୍ଟ୍ରୋଲ୍ ଯୋଗୁଁ ବ୍ୟାଟରମାନେ ତାଙ୍କ ବଲ୍ରେ ସହଜରେ ରନ୍ କରି ପାରୁ ନାହାନ୍ତି ।

ଶୋଏବ ଅଖତରଙ୍କର ଫିଟନେସ୍ ଭଲ ନଥିଲା । ସେ ତାଙ୍କ କ୍ୟାରିଅରରେ ଆହତ ସମସ୍ୟାରେ ପୀଡିତ ରହୁଥିଲେ । ଫଳରେ ଏହି ଦ୍ରୁତ ବୋଲରଙ୍କୁ ଅନେକ ସମୟରେ ପାକିସ୍ତାନୀ ଟିମରୁ ଦୂରେଇ ରହିବାକୁ ପଡୁଥିଲା । ଭାରତୀୟ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ବିଷୟରେ କହିବାକୁ ଗଲେ ସେ ଆଇପିଏଲରେ ଆଘାତ ପାଇବା ପରେ ମଧ୍ୟ ପଡ଼ିଆକୁ ଫେରିଛନ୍ତି । କିନ୍ତୁ ଶୋଏବ ଅଖତରଙ୍କ ଅପେକ୍ଷା ମୟଙ୍କଙ୍କ ଫିଟନେସ ଭଲ ରହିଛି । ଏହି କାରଣରୁ ମୟଙ୍କ ଯାଦବଙ୍କ କ୍ୟାରିୟର ଭଲ ଏବଂ ଲମ୍ବା ହୋଇପାରେ ।

ରିପୋର୍ଟ ଅନୁଯାୟୀ ଶୋଏବ ଅଖତର ତାଙ୍କ ଖେଳ ପ୍ରତି ଦାୟିତ୍ବବୋଧ ନଥିଲେ । ସେ ନେଟ୍ ପ୍ରାକ୍ଟିସ୍ ଏବଂ ଅନ୍ୟ ପେଶାଦାର ଦିଗ ପ୍ରତି ଆଗ୍ରହ ଦେଖାଉ ନଥିଲେ । ଏହି କାରଣରୁ ତାଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡିଛି । କିନ୍ତୁ ମୟଙ୍କ ଯାଦବ ଜଣେ କଠିନ ପରିଶ୍ରମୀ ବୋଲର । ମୟଙ୍କ ଯାଦବ ନେଟ୍ ପ୍ରାକ୍ଟିସ୍ରେ ବହୁତ ପରିଶ୍ରମ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button