ରାଜନୀତି

କଂଗ୍ରେସର ଅଭିଯୋଗ: ସ୍ଲୋ ହେଉଛି କାଉଟିଂ

ସ୍ଲୋ ହେଉଛି କାଉଟିଂ। ହରିୟାଣା ବିଧାନସଭା ନିର୍ବାଚନ ଭୋଟ୍ ଗଣତିରେ ହେଉଛି ବିଳମ୍ବ। କେବଳ ସେତିକି ନୁହେଁ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଦେଖାଇବାରେ ମଧ୍ୟ ବିଳମ୍ବ ହେଉଛି। ଏଭଳି କିଛି ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ସେ ଖୁବଶୀଘ୍ର ଲିଖିତ ଅଭିଯୋଗ କରିବ ବୋଲି କହିଛି।

ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆମେ ଏକ ସ୍ମାରକପତ୍ର ଦାଖଲ କରି ଅଭିଯୋଗ କରୁଛୁ।

ଆମେ ଆଶା କରୁଛୁ ECI ଆମ ପ୍ରଶ୍ନର ଉତ୍ତର ଦେବେ। କାରଣ ୧୧-୧୨ ରାଉଣ୍ଡର ଫଳାଫଳ ଆସିଛି କିନ୍ତୁ ଯାହା ଅପଡେଟ୍ ହୋଇଛି ତାହା କେବଳ ୪ରୁ୫ ରାଉଣ୍ଡ ଦେଖାଯାଉଛି। ଲୋକସଭା ନିର୍ବାଚନ ବେଳେ ​​ମଧ୍ୟ ଏହା ଘଟିଥିଲା।

ଆମେ ଆଶା କରୁଛୁ ଯେ ECI ଯିଏକି ଏକ ସାମ୍ବିଧାନିକ ଅନୁଷ୍ଠାନ ଓ ନିରପେକ୍ଷ ସଂସ୍ଥା। ସେ ପ୍ରଶାସନ ଉପରେ ଚାପ ପକାଇବ ନାହିଁ। ନିରାଶ ହେବାର ଆବଶ୍ୟକତା ନାହିଁ। ଏସବୁ ମାଇଣ୍ଡ ଗେମ୍। ଆମକୁ ନିହାତି ଜନାଦେଶ ମିଳିବ ଓ ଆମେ ନିଶ୍ଚିତ ସରକାର ଗଢ଼ିବୁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button