ଏହି ଭୁଲ କାମ କରୁଥିଲେ ଏହି ୫ଟି କଥା ମାନନ୍ତୁ, ଦୁର୍ବଳ ବି ମହାନ ହୋଇପାରେ

ବନ୍ଧୁଗଣ ଆଜିର ବିଷୟବସ୍ତୁରେ ଜାଣିବା ଯଦି ଆମ ଶରୀରର ଔଷଜ ଶକ୍ତି ବା ବିଶିଜ ଶକ୍ତିକୁ ସଂସାରର କାମ ଭୋଗରେ ନଷ୍ଟ କରେ, ନିଜକୁ ଅସହାୟ ଓ ଦୁର୍ବଳ ମନେ କରୁ ଥାଏ , ନିଜର ମାନସିକ ଶାନ୍ତି , ସ୍ବାସ୍ଥ୍ୟ ବଳକୁ ପୁଣିଥରେ ପାଇବାକୁ ଚାହୁଁଥାନ୍ତି ତାହେଲେ ସେମାନେ ଏଠାରେ କୁହାଯାଇଥିବା ୫ ଟି କଥାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଆପଣ ଯଦି ସେହି ଖରାପ ଅଭ୍ୟାସରେ ପୀଡ଼ିତ ହୋଇ ନିଜକୁ ଦୁର୍ବଳ ଓ ଅସହାୟ ମନେ କରୁଛନ୍ତି ତାହେଲେ ଆମର ପ୍ରତ୍ୟେକ କଥା ଶୁଣନ୍ତୁ।
ବନ୍ଧୁଗଣ ସୌଜ ଶକ୍ତିର ଲକ୍ଷଣ ହେଉଛି ଜୀବନ ଓ ଔଜ ଶକ୍ତିର ଲକ୍ଷଣ ହେଉଛି ମୃତ୍ୟୁ। ଆଜିକାଲି ସମସ୍ତେ ସଂସାରର ଚାକଚକ୍ୟରେ ଭୁଲର ଶିକାର ହୋଇଥାନ୍ତି। ଏହା କେବେ ବାସ୍ତବିକ ଶାନ୍ତି ଦେଇ ନଥାଏ। ଯାହା ପ୍ରଥମେ ଅମୃତ ଭଳି ଏବଂ ପରେ ବିଷ ଭଳି ହୋଇଥାଏ। ଶେଷରେ ଏହା ମଣିଷକୁ କଳୁଷିତ କରି ଦେଇଥାଏ। ସେଥିପାଇଁ କଳୁଷିତ ହୋଇ ଯାଇଥିବା ମନୁଷ୍ୟକୁ ପୁଣିଥରେ ପୂର୍ବକୁ ଫେରିବାକୁ ହେଲେ କିପରି ବଞ୍ଚିବାକୁ ପଡ଼ିବ କଣ କରିବାକୁ ପଡ଼ିବ ଚାଲନ୍ତୁ ଏହି ୫ ଟି ଉପାୟ ବିଷୟରେ ଜାଣିବା।
ପ୍ରଥମେ ଆପଣ ନିଜର ଇଷ୍ଟ ଦେବଙ୍କ ଫୋଟଚିତ୍ର ଆଗରେ ଶାନ୍ତ ହୋଇ ବସନ୍ତୁ ଏବଂ ୧୦ ମିନିଟ ପର୍ଯ୍ୟନ୍ତ ଓଁକାର ଜପ କରି ସେହି ଚିତ୍ରକୁ ଚାହିଁ ରୁହନ୍ତୁ। ଏହାପରେ ଯେତିକି ସମୟ ଓଁକାର ଉଚ୍ଚାରଣ କଲେ ସେତିକି ସମୟ ଶାନ୍ତ ହୋଇ ଯାଆନ୍ତୁ। ଶ୍ରୀ ଚିତ୍ରକୁ ଚାହିଁ ରୁହନ୍ତୁ। ପ୍ରତ୍ୟେକ ଦିନ ଏହାର ଅଭ୍ୟାସ କରନ୍ତୁ। ଦେଖିବେ ଅଜସ୍ର ଶକ୍ତି ପ୍ରାପ୍ତ ହେବ। ଯାହା ଆପଣଙ୍କ ଆତ୍ମ ବଳକୁ ବୃଦ୍ଧି କରି ଥାଏ। ମନରେ ଶାନ୍ତି ପ୍ରଦାନ କରିଥାଏ। ଭୁଲ ରାସ୍ତାରେ ଯିବାକୁ ଅଟକେଇ ଥାଏ। ଶରୀରର ନିମ୍ନ କେନ୍ଦ୍ରରେ ଥିବା ଅତିକାମ ଶକ୍ତି ଶାନ୍ତ ହୋଇଥାଏ। ମନ ଖରାପ ଚିନ୍ତାରୁ ଦୂରେଇ ରହିଥାଏ ।
Google
ଦ୍ଵିତୀୟରେ ସ୍ଵାଭାବିକ ସ୍ବାସ୍ଥ୍ୟ ରହିବା ପାଇଁ ପ୍ରତ୍ୟହ ସକାଳେ ଗୋଟେ ଗ୍ଲାସ ପାଣି ଦୁଇ ଠିପି ଅଁଳା ରସ, ତିନି ଠିପି ଅସ୍ଵଗନ୍ଧା ଚୂର୍ଣ୍ଣ ମିଶେଇ ସେବନ କରନ୍ତୁ। ଏହାଦ୍ବାରା ଔଜ ଶକ୍ତି ବୃଦ୍ଧି ଏବଂ ଗାଢ଼ ହେବାରେ ଲାଗିଥାଏ। କିନ୍ତୁ ମନେରଖନ୍ତୁ ସେହି ଅବଧି ସମୟରେ ଖରାପ କାର୍ଯ୍ୟ ବା କାମ ଚିନ୍ତା କରନ୍ତୁ ନାହିଁ। ନହେଲେ ଫଳପ୍ରଦ ହୋଇ ନଥାଏ। ଗ୍ରୀଷ୍ମ ଦିନ ପାଇଁ ଅଁଳା ସର୍ବତ ୧୫ ମିଲିଗ୍ରାମ ଗୋଟେ ଗ୍ଲାସ ପାଣିରେ ମିଶେଇ ସେବନ କରନ୍ତୁ। ଏହା ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ମସ୍ତିସ୍କକୁ ସୁସ୍ଥ ରଖି ଥାଏ।
ତୃତୀୟ ହେଉଛି ପ୍ରତ୍ୟେକ ଦିନ ସକାଳେ ଶୌଚ ପରେ ପାଦପଶ୍ଚିମାତ୍ତନାସନ କରନ୍ତୁ । ଖରାପ ଚିନ୍ତା ଏବଂ ଖରାପ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ପ୍ରତ୍ୟେକ ଦିନ ପାଦପଶ୍ଚିମାତ୍ତନାସନ କରିବା ଦ୍ୱାରା ବ୍ରହ୍ମ ନାଡ଼ି ସୁସ୍ଥ ରହିଥାଏ। ମସ୍ତିଷ୍କ ସୁଦୃଢ ରହିବା ସହିତ ଏକାଗ୍ରତା ବଢ଼ିଥାଏ। ମନରେ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ଏହା ସ୍ବାସ୍ଥ୍ୟ ଏବଂ ହାଡ଼ କୁ ସୁଦୃଢ କରିଥାଏ।