ସ୍ୱପ୍ନରେ ବିଲେଇ ଦେଖିବା ଶୁଭ ହୋଇଥାଏ କିମ୍ବା ଅଶୁଭ? ଆସନ୍ତୁ ଜାଣିବା ସ୍ୱପ୍ନରେ ଦେଖାଯାଉଥିବା ଜିନିଷଗୁଡ଼ିକର ଅର୍ଥ

ସ୍ୱପ୍ନ ବି ମଧ୍ୟ ବହୁତ ଅଦ୍ଭୁତ ହୋଇଥାଏ। ଆଖି ଲାଗିବା ମାତ୍ରେ ହିଁ ସ୍ୱପ୍ନ ଜଗତକୁ କଣ କେତେବେଳେ ଆସିଯିବ କିଛି କୁହାଯାଇପାରିବ ନାହିଁ। ଏମିତି କୁହାଯାଏ ସ୍ୱପ୍ନଗୁଡ଼ିକ ଆମର ଦୈନନ୍ଦିନ ଜୀ-ବ-ନ ସହିତ ଜ-ଡି-ତ। ସେମିତି କେତେଥର ଆମ ଭିତରେ ଥିବା ଇଛା ବି ସ୍ୱପ୍ନକୁ ଆସିଥାଏ। ସ୍ୱପ୍ନ ଶାସ୍ତ୍ରକୁ ମାନିବା ତ ତେବେ ସ୍ୱପ୍ନରେ ଦେଖାଯାଇଥିବା ପ୍ରତ୍ୟେକ ଜିନିଷର ଭିନ୍ନ ଅର୍ଥ ଥାଏ। ଏମାନେ ଆମକୁ ଭବିଷ୍ୟତର ଘ-ଟ-ଣା ବିଷୟରେ ଚେତାବନୀ ଦିଅନ୍ତି।

ତାରାଗୁଡ଼ିକୁ ଛୁଇଁବା:-
ଯଦି ଆପଣ ନିଜକୁ ସ୍ୱପ୍ନରେ ତାରାମାନଙ୍କୁ ସ୍ପର୍ଶ କରୁଥିବାର ଦେଖନ୍ତି ତେବେ ଖୁସି ହୁଅନ୍ତୁ। ଏହା ଏକ ଭଲ ସ୍ୱପ୍ନ। ସ୍ୱପ୍ନରେ ତାରାମାନଙ୍କୁ ଛୁଇଁବା ଅତ୍ୟନ୍ତ ଶୁଭ ଅଟେ। ଏହାର ଅର୍ଥ ହେଉଛି ଆପଣ ଆଗାମୀ ସମୟରେ ବହୁତ ମାନ ସମ୍ମାନ ପାଇବେ। ଏହାର ଅର୍ଥ ହେଉଛି ଆପଣ ଏପର୍ଯ୍ୟନ୍ତ କରିଥିବା କଠିନ ପରିଶ୍ରମର ଫଳାଫଳକୁ ଖୁବ ଶୀଘ୍ର ଦେଖିବାକୁ ମିଳିବ। ଅଧ୍ୟୟନ,ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ।

ବିଲେଇ ଦେଖିବା:-
ପୁରାତନ କାଳରୁ ବିଲେଇକୁ ଅଶୁଭ ବୋଲି ବିବେଚନା କରାଯାଏ। ଉଦାହରଣ ସ୍ୱରୂପ, ଯଦି ବିଲେଇ ଏକ ରାସ୍ତା ଅତିକ୍ରମ କରେ ତେବେ ମଣିଷ ତାର ରାସ୍ତା ପରିବର୍ତ୍ତନ କରେ। ଏପରି ପରିସ୍ଥିତିରେ ଯଦି ବିଲେଇ ସ୍ୱପ୍ନରେ ଆସେ ତେବେ ଏହା ମଧ୍ୟ ଏକ ଅଶୁଭ ସଙ୍କେତ ଅଟେ। ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣ ଏକ ବଡ଼ କ୍ଷ-ତି ସହିବାକୁ ଯାଉଛନ୍ତି। ତେଣୁ ଆପଣ ଯେତେବେଳେ ସ୍ୱପ୍ନରେ ବିଲେଇ ଦେଖିବେ ତ ଆପଣ ସତର୍କ ହୋଇଯିବା ଉଚିତ। ପ୍ରତି ମୁହୂର୍ତ୍ତରେ ସତର୍କତା ବ୍ୟବହାର କରନ୍ତୁ। କିଛି ଦିନ ପାଇଁ ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ।