ରାଜ୍ୟ
୫ ଦିନ ଯାଏଁ ବର୍ଷା ନାହିଁ
ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ଯାଏଁ କୌଣସି ଜିଲ୍ଲାକୁ ବଡ଼ ବର୍ଷା ନାହିଁ। ଏଣୁ ଏହି ୫ ଦିନ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇ ନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବାରୁ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି।
ମୟୂରଭଞ୍ଜରେ ସର୍ବାଧିକ ୮୦.୪ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଜଗତସିଂହପୁର ଓ ପାରଳାଖେମୁଣ୍ଡିରେ ୩୭ଡିଗ୍ରି ସେଲ୍ସିୟସ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୩୫.୬ ଓ କଟକରେ ୩୪.୪ ଡିଗ୍ରି ରେକର୍ଡ କରାଯାଇଛି।