ଦେଶ- ବିଦେଶ

ୱେଟର୍ ଚାକିରି ପାଇଁ କାନାଡାରେ ଧାଡ଼ି ଲଗାଇଛନ୍ତି ହଜାର ହଜାର ଭାରତୀୟ ଛାତ୍ର

ଭାରତରେ ନିଯୁକ୍ତି ସମସ୍ୟା ଚରମରେ ପହଞ୍ଚିଛି। ନିଯୁକ୍ତିର ନିଅଣ୍ଟିଆ ପରିସ୍ଥିତିକୁ ନେଇ ତର୍କ-ବିତର୍କ ଚାଲି ଥିବାବେଳେ କାନାଡ଼ାରୁ ଆସିଛି ଚିନ୍ତାଜନକ ଚିତ୍ର। ହଜାର ହଜାର ଭାରତୀୟ ଛାତ୍ର ସେଠାରେ ୱେଟର ଚାକିରି ପାଇଁ ଧାଡ଼ିରେ ଛିଡା ହୋଇଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଭାଇରାଲ୍ ଭିଡିଓ ଅନୁସାରେ, ଏହି ଦୃଶ୍ୟ କାନାଡାର ବ୍ରମ୍ପଟନ୍ ସ୍ଥିତ ତନ୍ଦୁରି ଫ୍ଲେମ୍ ରେଷ୍ଟୁରାଣ୍ଟ ବାହାରର।

ଏଠାରେ ପ୍ରାୟ 3 ହଜାରରୁ ଅଧିକ ଛାତ୍ର ଚାକିରି ପାଇଁ ଲାଇନରେ ଛିଡ଼ା ହୋଇଛନ୍ତି। ତାହା ପୁଣି ମ୍ୟାନେଜର କି ଅନ୍ୟ କୌଣସି ବଡ଼ ପଦବୀ ପାଇଁ ନୁହେଁ, ବରଂ ୱେଟର୍ ପାଇଁ।

ୱେଟର୍ ବା ସର୍ଭର୍ (ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ବ୍ୟକ୍ତି) ପଦବୀ ପାଇଁ ଏହି ନିଯୁକ୍ତି ଚାଲିଥିଲା। ଇଣ୍ଟର୍ଭ୍ୟୁ ପାଇଁ ଏତେ ସଂଖ୍ୟକ ଭାରତୀୟ ଛାତ୍ର ଧାଡ଼ିରେ ଛିଡ଼ା ହୋଇଥିବା ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି।

ଏହି ପୋଷ୍ଟ ପରେ ନେଟିଜେନ୍ସ ଭାରତରେ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯୁବପିଢିଙ୍କୁ ନିଯୁକ୍ତି ମିଳୁନଥିବାରୁ ସେମାନେ ବାହାର ଦେଶରେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button