ଆକାଶ ଛୁଆଁ ହେଉଛି ସୁନା ଦର ,୨୪ କ୍ଯାରେଟକୁ ୧୦ ଗ୍ରାମ ପିଛା ୭୭ ହଜାର ପାର୍

ସୁନା ଦାମ ଦିନକୁ ଦିନ ଯେଉଁ ହାରରେ ବଢ଼ିବାରେ ଲାଗିଛି, ତାହା ଦୀପାବଳି ବେଳକୁ ସାଧାରଣ ଲୋକ ପାଇଁ ଅପହଞ୍ଚ ହୋଇଯିବ। ପୁଣି ଆଗକୁ ବିବାହ ଋତୁ ଆସୁଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇଯିବ। ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ଗତ କିଛି ଦିନ ହେବ ପୁଣିଥରେ ବୃଦ୍ଧି ଘଟିବାରେ ଲାଗିଛି ।
ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧, ହଜାର ୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୬୭୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧, ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୭,୬୭୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୧, ୨୦୦ ଟଙ୍କା ଓ ୭୭,୬୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୧,୨୦୦ ଟଙ୍କା ଓ ୭୭, ୬୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୧, ୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୭,୬୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୧, ୨୦୦ ଟଙ୍କା ଓ ୭୭,୬୭୦ ଟଙ୍କା ରହିଛି। ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୫ ହଜାର ୦୦୦ ଟଙ୍କା ହୋଇଛି ।