ଦେଶ- ବିଦେଶ

.ଘରର ପୂଜା ଘରେ ଏହି ମୂର୍ତ୍ତି ରଖୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ଚିନ୍ତାମୁକ୍ତ …. ଆସିବ ନାହିଁ ଆର୍ଥିକ ସମସ୍ୟା….

ଘରର ପୂଜାଘର ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ କାରଣ ସେଠାରେ ଅନେକ ଭିନ୍ନ ଭିନ୍ନ ଦେବଦେବୀଙ୍କ ଫୋଟ ଏବଂ ମୂର୍ତ୍ତି ସ୍ଥାପିତ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଆସି ନଥାଏ । କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ ଯେ ଘରର ପୂଜାଘରେ କିଛି ମୂର୍ତ୍ତି ରଖିଲେ ଆପଣଙ୍କୁ ଆର୍ଥିକ ସମସ୍ୟା ହୋଇଥାଏ ।

ମାତ୍ର ଯଦି ଆପଣ ଆମ କହିବା ଅନୁଯାୟୀ ମୂର୍ତ୍ତି ରଖନ୍ତି ତେବେ କେବେବି ଆପଣଙ୍କର ଆର୍ଥିକ ସମସ୍ୟା ହେବ ନାହିଁ । ପୂଜାଘରେ କିଛି ମୂର୍ତ୍ତି ଯୋଡ଼ା ରଖିଲେ ରାଜଯୋଗ ହୋଇଥାଏ । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ କେଉଁ ସବୁ ମୂର୍ତ୍ତି ଯୋଡ଼ା ରଖିଲେ ଆପଣଙ୍କ ଜୀବନ ସମୃଦ୍ଧ ହୋଇ ପାରିବ ସେହି ବିଷୟରେ କହିବୁ ।

୧ . ଯଦି ଆପଣ ଘରର ପୂଜାଘରେ କୃଷ୍ଣ କିମ୍ବା ବାଳଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ତା ସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ । କାରଣ ଏହି ଦୁଇ ମୂର୍ତ୍ତି କିମ୍ୱା ଫୋଟକୁ ସାଥିରେ ରଖିବା ଦ୍ୱାରା ଖୁବ ଭଲ ଫଳ ପ୍ରାକ୍ତ ହୋଇଥାଏ । ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମ ଏବଂ ଏକତାର ପ୍ରତୀକ ମାନା ଯାଇଥାଏ । ଯେଉଁ ଯେଉଁ ଘରେ ଏହି ଦୁଇ ଦେବଦେବୀଙ୍କ ମୂର୍ତ୍ତି ଏକାଠି ଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖା ଦିଏ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ବଜାୟ ରହେ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ।

୨ . ଘରେ ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ମଧ୍ୟ ଏହା ରାଜଯୋଗ ଅଟେ । ସମଗ୍ର ବୁଶ୍ୱରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିଦେବ ମାନା ଯାଏ ଏବଂ ନାରାୟଣଙ୍କୁ ପୂଜା କରାଯାଏ । ଯଦି ଆପଣ ଘରେ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତି ତେବେ ଘରେ ଧନ ସମ୍ପତ୍ତିର ଉନ୍ନତି ଏବଂ ଏବଂ ଏହାସହିତ ସମ୍ମାନ ମଧ୍ୟ ବୃଦ୍ଧି ହେବ ।

୩ . ଯଦି ଆପଣ ଘରେ କେବଳ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ବାମ ପାର୍ଶ୍ଵରେ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନ ପ୍ରଦାନ କରୁଥିବା ବେଳେ ଶ୍ରୀଗଣେଶ ବିଦ୍ଧି ଏବଂ ସିଦ୍ଧି ପ୍ରଦାନ କରିଥାନ୍ତି । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ ।

୪ . ଯଦି ଆପଣ ଘରର ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ରଖିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ରଖି ପାରିବେ । ଏହାବ୍ୟତୀତ ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ତାଙ୍କୁ ଆରାଧନା କରିବା ସହିତ ହନୁମାନଙ୍କୁ ମଧ୍ୟ ଆରାଧନା କରି ପାରିବେ । ଶ୍ରୀରାମଚନ୍ଦ୍ରଙ୍କୁ ଆରାଧନା କଲେ ହନୁମାନ ଏବଂ ମାତା ସୀତାଙ୍କ କୃପା ମଧ୍ୟ ଲାଭ କରି ପାରିବେ । କାରଣ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଅଟନ୍ତି ।

୫ . ଯଦି ଆପଣ ଘରେ କୌଣସି ମୂର୍ତ୍ତି କିମ୍ବା ଫୋଟ ରଖି ଲାଭ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଘରରେ ତ୍ରିଦେବଙ୍କ ମୂର୍ତ୍ତି ଏକାଠି ପାଖାପାଖି ରଖି ଦିଅନ୍ତୁ । ଦେଖିବେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ରହିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button