ଦେଶ- ବିଦେଶ

‘ମୋର ବିଶ୍ୱସନୀୟତା ବିପଦରେ ପଡ଼ିଛି’

ନୂଆଦିଲ୍ଲୀ: କିଛି ଆଇନଜୀବୀ ବାରମ୍ବାର ସମାନ ମାମଲାଗୁଡ଼ିକର ଉଲ୍ଲେଖ କରି ତାହାକୁ ତାଲିକାଭୁକ୍ତ କରିବାକୁ ଦାବି କରୁଥିବାରୁ ଏନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମଙ୍ଗଳବାର ପ୍ରଧାନବିଚାରପତି ଏ ବାବଦରେ କହିଛନ୍ତି, ‘ଜଣେ ପ୍ରଧାନ ବିଚାରପତି ଭାବେ ମୋର ଯାହାକିଛି ବି ନିଷ୍ପତ୍ତି ନେବାର ଅଧିକାର ଅଛି ତାହା କେବେ ବି ଆପଣଙ୍କ ସପକ୍ଷରେ ଯିବନାହିଁ।

ଆପଣମାନଙ୍କ କାର୍ଯ୍ୟ ମୋର ବିଶ୍ବସନୀୟତାକୁ ବିପଦରେ ପକାଇଛି।’

ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ଆରମ୍ଭ କରିବା ସମୟରେ ଖଣି ଲିଜ୍ ରଦ୍ଦ ହେବା ନେଇ ଜଣେ ଓକିଲ ମାମଲା ଉଠାଇବାରୁ ପ୍ରଧାନ ବିଚାରପତି ଏଭଳି ମନ୍ତବ୍ୟ ଦେଇଛନ୍ତି। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହି ମାମଲାକୁ ପୂର୍ବଦିନ ଖଣ୍ଡପୀଠରେ ଉପସ୍ଥାପନ କରାଯାଇଥିଲା ଏବଂ ଅନୁକୂଳ ଆଦେଶ ପାଇବା ପାଇଁ ସମାନ ମାମଲାକୁ ଏକାଧିକ ଥର ଆଗତ କରିବାର ଅଭ୍ୟାସକୁ ନିରୁତ୍ସାହିତ କରିବା ଜରୁରି ହୋଇପଡ଼ିଛି। ‘ଆଇନଜୀବୀମାନେ ଏଭଳି ଅଭ୍ୟାସ ତୁରନ୍ତ ବନ୍ଦ କରନ୍ତୁ।

ଆପଣମାନେ ସମସ୍ତେ କେବଳ ଏକ ସୁଯୋଗ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନ ବିଚାରପତି ଭାବରେ ମୋର ଯାହା ନିଷ୍ପତ୍ତି ନେବାର ସ୍ବାଧୀନତା ରହିଛି ତାହା ଆପଣଙ୍କ ସପକ୍ଷରେ କେବେ ବି ଯିବ ନାହିଁ। କାରଣ ଏହି ଅଦାଲତକୁ ଭିନ୍ନ ବାଟରେ ନେବାକୁ ଚେଷ୍ଟା କରାଯାଉଛି ଏବଂ ମାମଲା ତାଲିକାଭୁକ୍ତ କରାଯିବା ନେଇ ଅଯଥା ସମସ୍ୟା ସୃଷ୍ଟି କରାଯାଉଛି ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଉଦ୍ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ଯୁକ୍ତି ବେଳେ ଜଣେ ଓକିଲ ବାରମ୍ବାର ‘ୟା..ୟା’ (ହଁ) ଶବ୍ଦ ବ୍ୟବହାର କରିଥିବାରୁ ପ୍ରଧାନ ବିଚାରପତି ତାଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଉକ୍ତ ଓକିଲଙ୍କୁ କହିଥିଲେ ଏହା କଫି ସପ୍ ନୁହେଁ ଆପଣ ଅଦାଲତରେ ଅଛନ୍ତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button