ଦେଶ- ବିଦେଶ

କଳିଯୁଗ ଶେଷବେଳକୁ ଏପରି ହିଁ କଥାମାନ ଦେଖିବାକୁ ମିଳିବ,ଅତ୍ୟନ୍ତ ରୋଚକ ପୂର୍ଣ୍ଣ କଥା

ବନ୍ଧୁଗଣ କଳିଯୁଗକୁ ନେଇ ଅନେକ ପ୍ରକାରର କଥା ଶୁଣିବାକୁ ମିଳିଥାଏ। ଏଥିପାଇଁ ଏହିସବୁ କଥାକୁ ନେଇ ଅନେକ ଲୋକ ଚିନ୍ତାରେ ମଧ୍ୟ ରହିଥାନ୍ତି କି ଆଗକୁ ଆସୁଥିବା ସମୟ କିପରି ରହିବ। ଆଜି ଆମେ ଆପଣ ମାନଙ୍କୁ କଳିଯୁଗର ବିଷୟକୁ ନେଇ କିଛି ଖାସ କଥା ମାନ ଜଣାଇବାକୁ ଯାଉଛୁ। ଯାହା ସବୁ ଅନେକ ଧର୍ମ ଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ରହିଛି। ବ୍ରହ୍ମବ୍ରତ ପୁରାଣରେ କଳିଯୁଗ ବିଷୟରେ ଅନେକ କଥା ମାନ କୁହାଯାଇ ଅଛI। ଦ୍ଵାପର ଯୁଗର ସମାପ୍ତ ପରେ ଏବେ କଳିଯୁଗ ଚାଲୁଅଛି। ଏଥି ମଧ୍ୟରେ ୫ ହଜାର ବର୍ଷ ବିତି ଗଲାଣି। ଅଧର୍ମ ବ୍ୟାପି ଗଲାଣି ଏହା ଦ୍ବାରା ମଣିଷ ମାନେ ମଣିଷ ମାନଙ୍କୁ ବିଶ୍ୱାସ କରିବା ଛାଡି ଦେଲେଣି। ଧର୍ମ ଗ୍ରନ୍ଥରେ ଅନୁସାରେ କଳିଯୁଗରେ ଏପରି କିଛି ସମୟ ଆସିବ ଯେବେ ମଣିଷର ଆୟୁଷ ବହୁତ କମି ଯିବ।

ଆସନ୍ତା ସମୟରେ ୨୦ ବର୍ଷ ବୟସରେ ବାର୍ଦ୍ଧକ୍ୟତା ଦେଖିବାକୁ ମିଳିବ। ଆମର ଗ୍ରନ୍ଥ ମାନଙ୍କରେ ସୃଷ୍ଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାରି ଯୁଗରେ ବିଭକ୍ତ କରାଯାଇଅଛି। ସତ୍ୟ ଯୁଗ ତ୍ରେତୟା ଯୁଗ ଦ୍ଵାପର ଯୁଗ ଓ କଳିଯୁଗରେ ବଣ୍ଟା ଯାଇଅଛି। ଏହି କଳିଯୁଗର ଶେଷକୁ ନେଇ ଆମର ଧର୍ମ ଗ୍ରନ୍ଥ ମାନଙ୍କରେ ଅନେକ ରୋଚକ ପୂର୍ଣ୍ଣ କଥାମାନ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣି ନେବା ଏହି କଳିଯୁଗକୁ ନେଇ କିଛି ଖାସ ଓ ରୋଚକ ପୂର୍ଣ୍ଣ କଥାମାନ ବିଷୟରେ।

ବନ୍ଧୁଗଣ ଜ୍ୟୋତିଷ ଗ୍ରନ୍ଥ ସୁର୍ଯ୍ୟ ସିଦ୍ଧାନ୍ତରେ ଏହା କୁହାଯାଇଛି ଯେ କଳିଯୁଗ ୪ ଲକ୍ଷ ୩୨ ହଜାର ବର୍ଷ ପର୍ଯ୍ୟନ୍ତ ରହିବ।କଳିଯୁଗରେ ୧୬ ବର୍ଷ ବୟସରେ ଲୋକ ମାନଙ୍କର ବାଳ ପାଚିଯିବ ଏବଂ ୨୦ ବର୍ଷ ବୟସରେ ବୃଦ୍ଧାଆ ଅବସ୍ଥା ଆସିଯିବ। ସେମିତିରେ ଏହି କଥା ମାନ ସତ୍ୟରେ ପରିଣତ ହେବାକୁ ଯାଉଛି। କାରଣ ପ୍ରାଚୀନ କଳାରେ ଲୋକମାନଙ୍କର ବୟସ ୧୨୦ ବର୍ଷ ବୟସ ପରମାୟୁ ଥିଲା। ଏପରି କି ୧୨୦ ବର୍ଷ ପରେ ବି ଲୋକମାନେ ଜୀବିତ ରହୁଥିଲେ। ଏବେ କିନ୍ତୁ ତାହା ଖୁବ କମ ହୋଇଯାଇଛି। ତଥା ଏବେ ଲୋକମାନଙ୍କର ବୟସ ୬୦ ରୁ ୭୦ ବର୍ଷ ହୋଇଯାଇଛି। ଆସନ୍ତା ବର୍ଷ ମାନଙ୍କରେ ଲୋକମାନଙ୍କର ବୟସ ଆହୁରି ଅନେକ କମିଯିବାର ସମ୍ଭାବନା ଦେଖାଯାଉଛି। କାହିଁକିନା ପ୍ରାକୃତିକ ବାତାବରଣ ବହୁତ ବିଗିଡି ଗଲାଣି ଏବଂ ଆମର ଜୀବନ ଶୈଳୀ ଅସନ୍ତୁଳନ ହୋଇଗଲାଣି। ପୂର୍ବ କାଳରେ ବୟସ ବଢ଼ିବା ପରେ ଯାଇ ବାଳ ଧଳା ହେଉଥିଲା। କିନ୍ତୁ ଆଜିକାଲି ଅଳ୍ପ ବୟସରୁ ନାରୀ ଏବଂ ପୁରୁଷ ମାନଙ୍କର ବାଳ ଧଳା ହୋଇଯାଉଛି।

ଯୁବକ ଅବସ୍ଥାରେ ବୃଦ୍ଧା ଅବସ୍ଥାର ରୋଗ ମାନ ହେବାକୁ ଲାଗୁଛି। ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ କହିଛନ୍ତି କି କଳିଯୁଗରେ ଏପରି ଏକ ସମୟ ଆସିବ ଯେବେ ସମସ୍ତ ପୁରୁଷ ମାନେ ସ୍ତ୍ରୀମାନଙ୍କର ଅଧିନ ହୋଇ ସମୟ ବିତାଇବେ। ସମସ୍ତ ପରିବାରରେ ସ୍ତ୍ରୀ ମାନେ ହିଁ ସ୍ୱାମୀ ଉପରେ ଶାସନ ଚଲାଇବେ। ସ୍ୱାମୀ ମାନଙ୍କୁ ସ୍ତ୍ରୀ ମାନଙ୍କର ଗଞ୍ଜଣା ଶୁଣିବାକୁ ପଡିବ। ପୁରୁଷ ମାନଙ୍କର ଅବସ୍ଥା ଚାକର ସଦୃଶ ହୋଇଯିବ। କଳିଯୁଗରେ ୫ ହଜାର ବର୍ଷ ପରେ ଗଙ୍ଗା ନଦୀ ସୁଖୀ ଯିବ ଏବଂ ପୁଣି ଥରେ ବୈକୁଣ୍ଠ ଧାମକୁ ଫେରିଯିବେ। ଯେବେ କଳିଯୁଗର ୧୦ ହଜାର ବର୍ଷ ବିତିଯିବ ତେବେ ସମସ୍ତ ଦେବୀ ଓ ଦେବତା ମାନେ ପୃଥିବୀ ଲୋକ ଛାଡି ନିଜ ନିଜ ଧାମକୁ ଫେରିଯିବେ।

ଲୋକମାନେ ପୂଜାପାଠ ଓଷା ବ୍ରତ ଉପବାସ ଓ ସମସ୍ତ ଧାର୍ମିକ କର୍ମମାନ ଛାଡ଼ିଦେବେ। ଏମିତି ବି ଏକ ସମୟ ଆସିବ ଯେବେ ମାଟିରେ ଫସଲ ଫଳିବା ବନ୍ଦ ହୋଇଯିବ। ଗଛ ମାନଙ୍କରେ ଫଳ ଫଳିବା ବନ୍ଦ ହୋଇଯିବ। ଧୀରେ ଧୀରେ ଏହିସବୁ ଜିନିଷ ବିଲୁପ୍ତ ହୋଇଯିବ। ଗାଈ ମାନେ କ୍ଷୀର ଦେବା ବନ୍ଦ କରିଦେବେ। କଳିଯୁଗରେ ସମାଜ ହିଂସ୍ର ହୋଇଯିବ। ଯେଉଁମାନେ ବଳବାନ ହେବେ ସେମାନଙ୍କର ରାଜୁତି ଚାଲିବ।

ମାନବିକତା ସମ୍ପର୍କ ମାନ ନଷ୍ଟ ହୋଇଯିବ। ଭାଇ ଭାଇର ଶତ୍ରୁ ହୋଇଯିବେ। କଳିଯୁଗରେ ଲୋକମାନେ ଶାସ୍ତ୍ର ଠାରୁ ଦୂରେଇ ଯିବେ। ଅନୈତିକ ଏବଂ ସାହିତ୍ୟରେ ଲୋକମାନଙ୍କର ବସ ହୋଇଯିବ। ଖରାପ କଥା ଓ ଖରାପ ଶବ୍ଦର ବ୍ୟବହାର କରିବେ। କଳିଯୁଗରେ ଏପରି ବି ସମୟ ଆସିବ ଯେବେ ସ୍ତ୍ରୀ ଓ ପୁରୁଷ ସମସ୍ତେ ଅଧର୍ମୀ ହୋଇଯିବେ। ସ୍ତ୍ରୀ ମାନେ ପତିବ୍ରତା ଧର୍ମର ପାଳନ କରିବେ ନାହିଁ ଏବଂ ପୁରୁଷମାନେ ମଧ୍ୟ ଏପରି ହିଁ କରିବେ। ନାରୀ ଓ ପୁରୁଷ ସମସ୍ତ ବୈଦିକ ନିୟମର ବିଲୁପ୍ତ ହୋଇଯିବ।

କଳିଯୁଗରେ ଚୋର ଏବଂ ଅପରାଧୀର ସଂଖ୍ୟା ଏତେ ମାତ୍ରାରେ ବଢିଯିବ ଯେ ସାଧାରଣ ମଣିଷ ଟିଏ ଠିକ ଭାବରେ ବଞ୍ଚି ପାରିବ ନାହିଁ। ଲୋକମାନେ ଜଣେ ଅନ୍ୟ ଜଣଙ୍କ ପ୍ରତି ହିଂସ୍ର ହୋଇଯିବେ ଏବଂ ସମସ୍ତଙ୍କର ମନରେ ପାପ ବାସ କରିଯିବ। କଳିଯୁଗର ଅନ୍ତିମ ସମୟରେ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ହେବ। ଭଗବାନ କଳ୍କୀ ସମସ୍ତ ଅଧର୍ମୀ ମାନଙ୍କର ନାଶ କରିବେ। ଭଗବାନ କଳ୍କୀ ମାତ୍ର ୩ ଦିନରେ ହିଁ ସମସ୍ତ ପୃଥିବୀରୁ ଅଧର୍ମୀ ମାନଙ୍କର ନାଶ କରିଦେବେ ଏବଂ ବହୁ ବର୍ଷ ଧରି ଶାସନ କରି ଧର୍ମର ସ୍ଥାପନା କରିବେ।

କଳିଯୁଗରେ ଅନ୍ତିମ ସମୟରେ ପୃଥିବୀରେ ମୁଷଳ ଧାରାରେ ବର୍ଷା ହେବ ଯାହା ଦ୍ୱାରା ଚାରିଆଡେ ଖାଲି ଜଳ ମୟ ହୋଇଯିବ। ସମସ୍ତ ପୃଥିବୀ ଜଳ ମଗ୍ନ ହୋଇଯିବ ଏବଂ ସମସ୍ତ ପ୍ରାଣୀ ମାନଙ୍କର ଅନ୍ତ ହୋଇଯିବ। ଏବଂ ଏହି ୧ ଲକ୍ଷ ୧୭ ହଜାର ବର୍ଷର ସନ୍ଦି କାଳ ସମୟରେ ବା ଗୋଟିଏ ଯୁଗର ଅନ୍ତ ଓ ଅନ୍ୟ ଯୁଗର ଆରମ୍ଭକୁ ସନ୍ଦି କାଳ କୁହାଯାଏ। ଏହି ସନ୍ଦି କାଳର ଅନ୍ତିମ ସମୟରେ ଏକ କାଳୀନ ୧୨ ଟି ସୂର୍ଯ୍ୟଙ୍କର ଉଦୟ ହେବ ଏବଂ ତାଙ୍କର ତେଜରେ ପୃଥିବୀ ଶୁଖିଯିବ। ଏବଂ ଏହା ପରେ ହିଁ ପୁଣି ଥରେ ସତ୍ୟ ଯୁଗର ଆରମ୍ଭ ହେବ। ଧର୍ମ ଗ୍ରନ୍ଥ ଅନୁସାରେ ଯେବେ ଯେବେ ଧର୍ମର ହାନି ହୋଇଥାଏ ତେବେ ତେବେ ଇଶ୍ଵର ଅବତାର ନେଇ ଅଧର୍ମର ଅନ୍ତ କରିଥାନ୍ତି। ହିନ୍ଦୁ ଧର୍ମ ଶାସ୍ତ୍ରରେ ଭଗବାନଙ୍କର ଅନେକ ଅବତାର ଓ ତାର ପ୍ରସଙ୍ଗ ବିଷ୍ୟଟେ ବର୍ଣ୍ଣିତ ରହିଛି। ଏଥିରେ ସତ୍ୟ ଓ ଧର୍ମକୁ ଆପଣେଇବାର ଅନେକ ଉଦାହରଣ ରହିଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button