ଘରେ ରଖିଛନ୍ତି କି ଶଙ୍ଖ ! ତା ହେଲେ ନିଶ୍ଚିତ ଭାବରେ ଥରେ ଏହାକୁ ପଢନ୍ତୁ !
ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଘରେ ଯଦି ଶଙ୍ଖ ରଖୁଛନ୍ତି ତେବେ କରନ୍ତୁ ନାହିଁ ଏହିସବୁ ଭୁଲ। ଆମର ହିନ୍ଦୁ ଧର୍ମର ଶଙ୍ଖର ବହୁତ ଅଧିକ ମହତ୍ୱ ରହିଛି। ପ୍ରତ୍ୟକ ଘରର ଠାକୁର ଘରେ ନିଶ୍ଚିତ ରୂପେ ଶଙ୍ଖଟିଏ ଥିବ। କିନ୍ତୁ ଶଙ୍ଖ ରଖିବା ଦ୍ୱାରା ବି ତାର କେତେ ଗୁଡିଏ ନିୟମ ଅଛି । ଯଦି ଆପଣ ସେହି ନିୟମ ପାଳନ କରୁନଥିବେ ହୁଏତ ଆପଣଙ୍କର ଘରର ଅମଙ୍ଗଳ ହୋଇପାରେ। ଯେମିତିକି ଆପଣ ମାନେ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ଣୁଙ୍କର ପ୍ରିୟ ବସ୍ତୁ ହେଲା ଶଙ୍ଖ। ଆପଣ ଦେଖିଥିବେ ଭଗବାନ ବିଷ୍ଣୁଙ୍କର ହାତରେ ସର୍ବଦା ଶଙ୍ଖ ସଭା ପାଇଥାଏ।
ସାଢେ ତିନି ଥର ଶଙ୍ଖ ବଜାଇଲେ ଶୁଭ ହୋଇଥାଏ ଏବଂ ଶଙ୍ଖ ବଜାଇବା ବେଳେ କେବେବି ଭୁଲରେ ଅଧା ଖାଣ୍ଡିଆ ଶଙ୍ଖ ବଜାଇବେ ନାହିଁ। ଯଦି ଆପଣଙ୍କର ଅଭ୍ୟାସ ନାହିଁ ତେବେ ବଜାନ୍ତୁ ନାହିଁ କିନ୍ତୁ ସନ୍ଧ୍ୟା ସମୟରେ ଆପଣ ଏମତି ଭୁଲ କରିବେ ନାହିଁ। ଏମିତି ଭୁଲ ସନ୍ଧ୍ୟା ସମୟରେ କରିଲେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେବି ଆସିବେ ନାହିଁ ଏବଂ ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରକୁ କେବେବି ମା ଲକ୍ଷ୍ମୀଙ୍କର କୃପା ମିଳିପାରେ ନାହିଁ। ସେହି ଘରେ ସବୁବେଳେ ଧନର ଅଭାବ ଦେଖାଦେଇଥାଏ।
ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ ଅବା ଠାକୁର ଘରେ ସବୁବେଳେ ଉପରେ ରଖିବେ କେବେବି ତଳେ ରଖିବେ ନାହିଁ। ଯଦି ଆପଣଙ୍କର ହାର୍ଟ ପ୍ରବ୍ଲେମ ଥାଏ କିମ୍ବା ଆପଣଙ୍କର କୌଣସି ପେଟ ଜନିତ ସମସ୍ୟା ଥାଏ ତାହେଲେ ଶଙ୍ଖ ନିହାତି ବଜାନ୍ତୁ। ଯଦି ଆପଣ ଶଙ୍ଖ ବଜାଇବେ ନିଶ୍ଚିତ ଆପଣଙ୍କର ହାର୍ଟ ଜନିତ ସମସ୍ୟା କିମ୍ବା ପେଟ ଜନିତ ସମସ୍ୟା ଦୂର ହୋଇଯିବ। ଯେପରି ଗ୍ୟାଷ୍ଟିକ ଆଦି ସମସ୍ୟା ଦୂର ହେବ। ଶଙ୍ଖ ଧରିବା ମାତ୍ରେ ଆପଣ ପବିତ୍ର ହୋଇଥାନ୍ତି। ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ। ଶଙ୍ଖ ଯଦି ଆପଣ ଥରେ ଧରିଲେ ତାହେଲେ ଜାଣନ୍ତୁ ଆପଣ ପବିତ୍ର ହୋଇଗଲେ। ଶଙ୍ଖକୁ ଆପଣ ସ୍ନାନ କରି ଧରନ୍ତୁ। ବିନା ସ୍ନାନରେ ଶଙ୍ଖ ଧରନ୍ତୁ ନାହିଁ।
ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥାନ୍ତି ତାହେଲେ ଆପଣ ଘରେ ୨ଟି ଶଙ୍ଖ ରଖନ୍ତୁ। ଗୋଟିଏ ଠାକୁର ଘରେ ରଖନ୍ତୁ ଆଉ ଗୋଟେ ଦକ୍ଷିଣ ବର୍ତୀ ଶଙ୍ଖ ଯେଉଁ ଘରେ ଥାଏ ସେହି ଘର ସବୁବେଳେ ଧନ ଧାନ୍ୟରେ ଭରପୁର ହୋଇ ରହିଥାଏ ଆଉ ସେହି ଘର ମଙ୍ଗଳ ହୋଇଥାଏ ଏବଂ ଅଶୁଭ କେବେବି ହୋଇନଥାଏ। ସେଥିପାଇଁ ଏହି ଦକ୍ଷିଣବର୍ତୀ ଶଙ୍ଖ ଘରେ ନିଶ୍ଚୟ ରଖନ୍ତୁ। ସବୁବେଳେ ମନେରଖନ୍ତୁ ଯଦି ଘରେ ସବୁବେଳେ ଭୁତ ପ୍ରେତର ଆଶଙ୍କା ଥାଏ ତାହେଲେ ନିଶ୍ଚୟ ଘରେ ଶଙ୍ଖ ବଜାନ୍ତୁ। ଦେଖିବେ ସବୁବେଳେ ଖରାପ ଶକ୍ତି ବାସ କରିବ ନାହିଁ।
ଶଙ୍ଖ ଭିତରେ ପାଣି ଦେଇ ସେହି ପାଣିକୁ ଯଦି ଆପଣ ପାଦୁକା ଭଳି ସେବନ କରିବେ ତ ଆପଣଙ୍କର ୯୦% ରୋଗ ଯେକୌଣସି ରୋଗ ଭଲ ହୋଇଥାଏ। ସେଥିପାଇଁ ଚେଷ୍ଟା କରନ୍ତୁ ପ୍ରତିଦିନ ଶଙ୍ଖର ପାଣି ପିଇବା ପାଇଁ। ଶଙ୍ଖକୁ ଘରେ ଆଣି ରଖିଲେ ହେବନି ଶଙ୍ଖକୁ ବଜାଇବା ଦରକାର ଏବଂ ଶଙ୍ଖରେ ଯେମିତି ପାଦ ଗୋଡ଼ ଆଦି ନବାଜିବା ଦରକାର।