ଦେଶ- ବିଦେଶ

ଲାଇଭ ରିପୋର୍ଟିଂ ଛାଡି ପାଣିକୁ ଡେଇଁଲେ, ବଞ୍ଚାଇଲେ ମହିଳାଙ୍କ ଜୀବନ

ଟଲାଣ୍ଟା: ଫକ୍ସ ୱେର୍ଡ ପାଣିପାଗ ବିଜ୍ଞାନୀ ବବ ୱାନ ଡିଲେନ ଆଟଲାଣ୍ଟା ବନ୍ୟା ସ୍ଥିତିକୁ ନେଇ ଏକ ଲାଇଭ ରିପୋର୍ଟ ସମୟରେ ଘଟିଯାଇଛି ଏଭଳି ଘଟଣା।

ହରିକେନ ଯୋଗୁଁ ସୃଷ୍ଟି ହୋଇଥିବା ପାଣିରେ ଜଣେ ମହିଳା କାର ମଧ୍ୟରେ ଫସି ରହିଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ଲାଇଭ ରିପୋର୍ଟିଂ ଛାଡି ପାଣିକୁ ଡେଇଁଥିଲେ ସାମ୍ବାଦିକ।

ସୂଚନା ଅନୁଯାୟୀ, ୱାନ୍ ଡିଲେନ୍ ଝଡ ଯୋଗୁଁ ଆଟଲାଣ୍ଟାରେ ବନ୍ୟା ସ୍ଥିତି ଦେଖାଦେଇଥିଲା। ଯାହାର ବିସ୍ତୃତ ବିବରଣୀ ଦେଉଥିଲେ ସାମ୍ବାଦିକ ଜଣକ। ଲାଇଭ୍ ରିପୋର୍ଟିଂ ସମୟରେ ଜଣେ ମହିଳା ସାହାଯ୍ୟ ମାଗିଥିବାର ସ୍ପଷ୍ଟ ଭାବରେ ଶୁଣାଯାଉଥିଲା। ମହିଳାଙ୍କ କାର ବନ୍ୟାଜଳ ମଧ୍ୟରେ ଅଟକି ଯାଇଥିଲା, ଜଳସ୍ତର ଅଧିକ ଥିବା ଦେଖିବାକୁ ମିଳିଥିଲା। ୱାନ୍ ଡିଲେନ୍ ଫକ୍ସ ଆଣ୍ଡ ଫ୍ରେଣ୍ଡସ୍ ହୋଷ୍ଟଙ୍କୁ ଏହି ଘଟଣା ବିଷୟରେ ଜଣାଇବା ସହ କହିଛନ୍ତି ଯେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ସେମାନେ ଖୁବଶୀଘ୍ର ଘଟଣାସ୍ଥଳକୁ ଆସୁଛନ୍ତି।

କିନ୍ତୁ ଜଳସ୍ତର ବଢୁଥିବା ଦେଖି ବିନା ଦ୍ୱିଧାରେ ୱାନ୍ ଡିଲେନ୍ ଲାଇଭ୍ ରିପୋର୍ଟିଂ ଛାଡି ନିଜେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ବନ୍ୟାଜଳରେ ପ୍ରବେଶ କରିଥିଲେ। ଗଭୀର ପାଣିରେ ସେ କାର ନିକଟକୁ ଯାଇ ମହିଳାଙ୍କୁ ତାଙ୍କ ଗାଡିରୁ ବାହାର କରି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବବଙ୍କ ଏଭଳି ସାହସିକତାକୁ ଖୁବ୍ ପ୍ରଶଂସା ମଧ୍ଯ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button