ଖେଳ ଖବର

ରିଟେନସନ ନିୟମରେ ବଡ଼ ପରିବର୍ତ୍ତନ, ୬ ଖେଳାଳିଙ୍କୁ ରଖି ପାରିବେ ଫ୍ରାଞ୍ଚାଇଜ

ବେଙ୍ଗାଲୁରୁ: ଆଇପିଏଲ୍ର ଗଭର୍ଣ୍ଣିଂ କାଉନସିଲ ବୈଠକ ଶନିବାର ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ ରିଟେସନ ନିୟମ ଉପରେ ଖୁବ୍ ବିଚାର ବିମର୍ଶ ହୋଇଛି।ବୈଠକରେ ଆଗାମୀ ମେଗା ନିଲାମ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜଙ୍କୁ ୫ ରିଟେନସନ ଓ ଗୋଟିଏ ରାଇଟ୍ ଟୁ ମ୍ୟାଚ୍ର ଅନୁମତି ଉପରେ ସହମତି ପ୍ରକାଶ ପାଇଛି। ଯଦି ଗୋଟିଏ ଫ୍ରାଞ୍ଚାଇଜ ନିଜର ସମସ୍ତ ୫ ଖେଳାଳିଙ୍କୁ ଦଳରେ ରଖନ୍ତି ତେବେ ୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଆଇପିଏଲ୍ ୨୦୨୫ରେ ମଧ୍ୟ ଇମ୍ପାକ୍ଟ ପ୍ଲେୟାର ନିୟମ ରହିବ। ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ ପର୍ସ ମନି ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଇପିଏଲ୍ର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଭାରତୀୟ ଖେଳାଳିଙ୍କୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଖେଳାଳିଙ୍କ ପାଇଁ ମ୍ୟାଚ୍ ଫି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭାରତୀୟ ଓ ବିଦେଶୀ ଉଭୟ ଖେଳାଳିଙ୍କ ପାଇଁ ୭.୫ ଲକ୍ଷ ଟଙ୍କାର ମ୍ୟାଚ୍ ଫି ସ୍ଥିର କରାଯାଇଛି। ଏହି ଅର୍ଥ ଫ୍ରାଞ୍ଚାଇଜମାନେ ଖେଳାଳିଙ୍କୁ ପ୍ରଦାନ କରିବେ। ଆଗାମୀ ନିଲାମରେ ୧୨୦ କୋଟି ଟଙ୍କା ବ୍ୟତୀତ ୧୨.୬୦ କୋଟି ଟଙ୍କାର ଏକ ନିଶ୍ଚିତ ଜମା ରାଶି ରଖିବାକୁ ପଡ଼ିବ।

ବିସିସିଆଇ ସମ୍ପାଦକ କହିଛନ୍ତି, ଆଇପିଏଲ୍ରେ ନିରନ୍ତରତା ଓ ଦମଦାର ପ୍ରଦର୍ଶନର ଉତ୍ସବ ପାଳନ ପାଇଁ ଏକ ଐତିହାସିକ ପଦକ୍ଷେପ ଉଠାଇ ନିଜ କ୍ରିକେଟ୍ରଙ୍କ ପାଇଁ ମ୍ୟାଚ୍ ପିଛା ୭.୫ ଲକ୍ଷ ଟଙ୍କାର ମ୍ୟାଚ୍ ଫି ଆରମ୍ଭ କରିବାକୁ ଯାଉଛୁ। ଗୋଟିଏ ସିଜିନରେ ସମସ୍ତ ମ୍ୟାଚ୍ ଖେଳୁଥିବା କ୍ରିକେଟ୍ରଙ୍କୁ ସେମାନଙ୍କ ଅନୁବନ୍ଧିତ ରାଶି ବ୍ୟତୀତ ୧.୦୫ କୋଟି ଟଙ୍କା ମିଳିବ।

ଫ୍ରାଞ୍ଜାଇଜ ଦ୍ଵାରା ମୋଟ୍ ୬ ଖେଳାଳିଙ୍କ ରିଟେନ୍ କରାଯାଇ ପାରିବ, ଯେଉଁଥିରେ ଜଣେ ଅନକ୍ୟାପଡ ଖେଳାଳି ରହିବା ଉଚିତ୍। ନୂଆ ରିଟେନସନ ନିୟମ ଅନୁଯାୟୀ, ଫ୍ରାଞ୍ଚାଇଜଙ୍କୁ ପ୍ରଥମ ଖେଳାଳି ପାଇଁ ୧୮ କୋଟି, ଦ୍ଵିତୀୟ ପାଇଁ ୧୪ କୋଟି ଓ ତୃତୀୟ ଖେଳାଳିଙ୍କ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଚତୁର୍ଥ ଖେଳାଳି ପାଇଁ ୧୮ କୋଟି ଓ ପଞ୍ଚମ ଖେଳାଳି ପାଇଁ ୧୪ କୋଟି ଦେବାକୁ ପଡ଼ିବ। ଅନକ୍ୟାପଡ ଅର୍ଥାତ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ଖେଳାଳି ପାଇଁ ୪ କୋଟି ଦେବାକୁ ପଡ଼ିବ। ଅର୍ଥାତ ୬ ଖେଳାଳିଙ୍କ ରିଟେନ୍ କଲ ୭୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ପରେ ଫ୍ରାଞ୍ଚାଇଜଙ୍କ ନିକଟରେ ୪୧ କୋଟି ଟଙ୍କା ବଞ୍ଚିବ, ଯେଉଁଥିରେ ଅବଶିଷ୍ଟ ଖେଳାଳି କିଣିବେ।

Related Articles

Leave a Reply

Your email address will not be published. Required fields are marked *

Back to top button