ଜ୍ୟୋତିଷ

ବିଦେଶୀ ନେଲେ ଦେଶୀ ନିଶାର ମଜା.. ଆଉ ତାପରେ.

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଏବଂ ଏହାର ସ୍ୱାଦରେ ଏପରି ଆକର୍ଷଣ ରହିଛି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଭାରତ ପ୍ରତି ଆକର୍ଷିତ ହୁଅନ୍ତି। ଅନେକ ବିଦେଶୀ ପର୍ଯ୍ୟଟକ ଆମର ସଂସ୍କୃତି ଏବଂ ଖାଦ୍ୟ ପ୍ରତି ଆକୃଷ୍ଟ ହୁଅନ୍ତି। ଭାରତରେ ଆସି ଭାରତୀୟ ଖାଦ୍ୟ ଖାଇବା ବିଦେଶୀଙ୍କ ପାଇଁ ଉତ୍ସାହଜନକ। ତଥାପି, ଭାରତୀୟ ଜଳବାୟୁ ହିସାବରେ ଖାଦ୍ୟ, ରହଣି, ଚାଲିଚଣ ହଟାଣ ବିଦେଶୀଙ୍କୁ ସୁହାଇବ ନାହିଁ।

ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି,ଯାହାର ଭିଡିଓ ଦେଖି ଲୋକେ ତାଜୁବ। ଭାରତର ଜଣେ ପ୍ରସିଦ୍ଧ ବ୍ରିଟିଶ ସୋସିଆଲ ମିଡିଆ ପ୍ରଭାବଶାଳୀ ସାମ ପେପର୍‌ ମଧ୍ୟ ଭରାତୀୟ ନିଶା ସେବନ କରିବାକୁ ଚେଷ୍ଟା କରିଥିଲେ। ଆଉ ତାଙ୍କ ଅଭିଜ୍ଞତା ସୁଖଦ ନଥିଲା।

‘ଇଣ୍ଡିଆନ୍ ଷ୍ଟ୍ରିଟ୍ ମିଲ୍କ’ ପିଇବା ପରେ ତାଙ୍କର ପେଟ ସମସ୍ୟା ବଢିଗଲା। ହଜମ ପ୍ରକ୍ରିୟାରେ ସମସ୍ୟା ହେଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା। ସାମ ପେପର୍ ଏକ ପ୍ୟାକେଟରେ ‘ଇଣ୍ଡିଆନ୍ ଷ୍ଟ୍ରିଟ୍ ମିଲ୍କ’ ଦେଖି ଭାବିବଲେ ଯେ ଏହା ଦେଶୀ ଗାଈ କ୍ଷୀର। ପ୍ୟାକେଟରେ ସେ ଅନ୍ୟ ବିବରଣୀକୁ ନଜରଅନ୍ଦାଜ କରିଦେଲେ ଏବଂ ସେ ସେହି ପ୍ୟାକେଟକୁ କ୍ଷୀର ଭାବି ପିଇଗଲେ। କିନ୍ତୁ ସେହି ପ୍ୟାକେଟରେ କ୍ଷୀର ନୁହେଁ ବରଂ ଭାଙ୍ଗ ଥିଲା। ଯାହାକୁ ପିଇବା ପରେ ତାଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଲା।

ସାମ ପେପର୍ ସହିତ ଯାହା ଘଟିଛି ସେଥିରୁ ସ୍ପଷ୍ଟ ଯେ କୌଣସି ନୂତନ ଅଭିଜ୍ଞତା ଗ୍ରହଣ କରିବା ପୂର୍ବରୁ, ସେଠାରେ ସମ୍ପୂର୍ଣ୍ଣ ସୂଚନା ଏବଂ ବୁଝାମଣା ରହିବା ଉଚିତ୍। ସେ ‘ଇଣ୍ଡିଆନ୍ ଷ୍ଟ୍ରିଟ୍ ମିଲ୍କ’ ବୋଲି ଭାବି ସାମ୍ ଯାହା ପିଇଥିଲେ ତାହା ପ୍ରକୃତରେ ଭାଙ୍ଗ ଥିଲା। ଏହାକୁ ସେ ସେବନ କରିବା ପରେ ତାଙ୍କୁ ଫୁଡ ପଏଜନ ହୋଇଗଲା। ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଏହି ଘଟଣା ଘଟିବା ପରେ ସେ ଭାରତରେ ବାକି ଥିବା ଗସ୍ତକୁ ବାତିଲ କରିଦେଲେ।

ସେ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ବୃଦ୍ଧ ଦୋକାନୀଙ୍କଠାରୁ ଭଙ୍ଗ ତିଆରି କରି ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ବ୍ରିଟିଶ ପ୍ରଭାବଶାଳୀ ବ୍ୟକ୍ତି ଏକ୍ସରେ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଡାକ୍ତରଖାନା ଶଯ୍ୟା ଉପରେ ପଡ଼ିଥିବାର ନଜର ଆସିଛନ୍ତି।

କାନ୍ଦି କାନ୍ଦି ସେ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲର କର୍ମଚାରୀମାନେ ତାଙ୍କ ଆଇଭି ଡ୍ରପ୍ ଭଲଭ୍ ଖୋଲା ଛାଡିଦେଇଛନ୍ତି, ଯେଉଁଥିପାଇଁ ତାଙ୍କ ବ୍ୟଥା ଆହୁରୀ ବଢିଗଲା। ଭିଡିଓରେ ସାମ ନର୍ସମାନଙ୍କ ଉପରେ କ୍ରୋଧିତ ହେଉଥିବା ଦେଖିବାକୁ ମିଳିଥିବାବେଳେ କର୍ମଚାରୀମାନେ ଚୁପଚାପ୍ ଠିଆ ହୋଇ ସବୁକିଛି ଶୁଣୁଛନ୍ତି। ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ବିଦେଶୀ ପର୍ଯ୍ୟଟକଙ୍କ ସହ ଘଟିଥିବା ଏହି ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ତାଙ୍କ ପ୍ରତି ସମବେଦନା ଜଣାଇଥିବାବେଳେ ଅନ୍ୟମାନେ ତାଙ୍କୁ ପରିହାସ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button