ଦେଶ- ବିଦେଶ

ବ୍ୟାଙ୍କିଙ୍ଗ୍‌ ସୂତ୍ର: ପ୍ରଥମ କ୍ରେଡିଟ୍‌ କାର୍ଡ ନେଉଥିଲେ…

ପିଂ ମଲ୍, ପେଟ୍ରୋଲ୍ ପମ୍ପ୍ ଆଦି ସ୍ଥାନରେ ପ୍ରାୟ ସମସ୍ତେ ଏମିତି ବ୍ୟାଙ୍କ୍ କର୍ମଚାରୀଙ୍କୁ ଦେଖିଥିବେ ଯେଉଁମାନେ କ୍ରେଡିଟ୍ କାର୍ଡ ନେବା ଲାଗି ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥାନ୍ତି। ତେବେ କେଉଁ କାର୍ଡ ନେବା ଠିକ୍ ହେବ ତାହା ସ୍ଥିର କରିବା କଷ୍ଟକର, କାରଣ ବିଭିନ୍ନ କାର୍ଡର ବୈଶିଷ୍ଟ୍ୟ ଅଲଗା। ତେଣୁ ପ୍ରଥମ କରି କ୍ରେଡିଟ୍ କାର୍ଡ ନେଉଥିଲେ, ତାହା ବାଛିବା ବେଳେ ତାହାର ପରିଶୋଧ ସର୍ତ୍ତ, ସୁଧ ହାର, ନିଜ ବ୍ୟୟ ଅଭ୍ୟାସ ଆଦିର ସମୀକ୍ଷା କରିବା ଗୁରୁତ୍ବପୂର୍ଣ୍ଣ।

ଆନୁଆଲ୍ ପର୍ସେଣ୍ଟେଜ୍ ରେଟ୍ (ଏପିଆର୍): କ୍ରେଡିଟ୍ କାର୍ଡର ‘ଏପିଆର୍’ ବା ବାର୍ଷିକ ସୁଧ ହାର ଓ ଅତିରିକ୍ତ ଦେୟକୁ ଧ୍ୟାନରେ ରଖିବା ଜରୁରି। ଗ୍ରାହକର କ୍ରେଡିଟ୍ ପ୍ରୋଫାଇଲ୍ ଓ କାର୍ଡ ପ୍ରଦାନକାରୀ ସଂସ୍ଥା ହିସାବରେ ଭାରତରେ କ୍ରେଡିଟ୍ କାର୍ଡର ‘ଏପିଆର୍’ ୨୪%ରୁ ୪୮% ହୋଇଥାଏ। ମାସକୁ ମାସ ସଂପୂର୍ଣ୍ଣ ଦେୟ ପୈଠ କରିବାରେ ବିଫଳ ହେଲେ ଏହି ହାରରେ ସୁଧ ଲାଗି ଦେୟ ପରିମାଣ ଖୁବ୍ ଶୀଘ୍ର ବୃଦ୍ଧି ପାଇଥାଏ। ତେଣୁ କେଉଁ କାର୍ଡର ‘ଏପିଆର୍’ କେତେ ତାହା ତୁଳନା କରି କାର୍ଡ ନିଅନ୍ତୁ।

କ୍ରେଡିଟ୍ ଲିମିଟ୍: କାର୍ଡଟିକୁ ବ୍ୟବହାର କରି ଆପଣ ସର୍ବାଧିକ କେତେ ଟଙ୍କାର କିଣାକିଣି କରିପାରିବେ ତାହା ହେଉଛି ତାହାର ‘କ୍ରେଡିଟ୍ ଲିମିଟ୍’। ଆପଣଙ୍କ ଆୟ ଭିତ୍ତିରେ ସର୍ବାଧିକ ଉପଲବ୍ଧ ‘କ୍ରେଡିଟ୍ ଲିମିଟ୍’ ବିଶିଷ୍ଟ କାର୍ଡ ନେବା ଆକର୍ଷଣୀୟ ମନେ ହେଲେ ହେଁ ତାହା ‘ସିବିଲ୍ ସ୍କୋର୍’କୁ ନକାରାତ୍ମକ ଭାବେ ପ୍ରଭାବିତ କରିପାରେ। ତେଣୁ ଆରମ୍ଭରେ ନିଜ ‘କ୍ରେଡିଟ୍ ଲିମିଟ୍’ର ୩୦-୪୦% ଉପଯୋଗ କରନ୍ତୁ।

ଲୁକ୍କାୟିତ ଦେୟ: କ୍ରେଡିଟ୍ କାର୍ଡ ସହିତ ବିଭିନ୍ନ ଦେୟ ଯଥା: ପ୍ରାରମ୍ଭିକ ଦେୟ, ବାର୍ଷିକ ଦେୟ, ବିଳମ୍ବିତ ଦେୟ ଜରିମାନା, ବୈଦେଶିକ କାରବାର ଦେୟ, କ୍ରେଡିଟ୍ ସୀମା ବହିର୍ଭୂତ କାରବାର ଲାଗି ଦେୟ ଯୋଡ଼ିହୋଇ ଥାଏ। ଏଣୁ କ୍ରେଡିଟ୍ କାର୍ଡକୁ ନିୟମିତ ବ୍ୟବହାର କରିବାର ଯୋଜନା ନ ଥିଲେ ସର୍ବନିମ୍ନ ଦେୟ ଥିବା କାର୍ଡ ବାଛନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button