ଦେଶ- ବିଦେଶ

୫ଡି କ୍ରିଷ୍ଟାଲ୍‌ରେ ମଣିଷ ଜିନୋମ୍‌ ସଂରକ୍ଷଣ

ବ୍ରିଟିସ୍ ବୈଜ୍ଞାନିକମାନେ ମନୁଷ୍ୟର ସଂପୂର୍ଣ୍ଣ ଆନୁବଂଶିକ ଉପାଦାନ ବା ଜିନୋମ୍କୁ ଏକ ୫ଡି ମେମୋରି କ୍ରିଷ୍ଟାଲ୍ରେ ସାଇତି ରଖିପାରିଥିବା ଦାବି କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା ନିୟୁତ ନିୟୁତ ବର୍ଷ ଧରି ସଂରକ୍ଷିତ ରହିପାରିବ। ଫଳରେ କୌଣସି କାରଣରୁ ମନୁଷ୍ୟ ଜାତି ବିଲୁପ୍ତ ହୋଇଗଲେ ମଧ୍ୟ ଉକ୍ତ ଜିନୋମ୍ରୁ ମନୁଷ୍ୟ ଜାତିର ପୁନରୁଦ୍ଧାର ହୋଇପାରିବ ବୋଲି ଇଂଲାଣ୍ଡର ସାଉଥ୍ଆମ୍ପଟନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।

ତେବେ ସର୍ବୋପରି ଏପରି ଦୀର୍ଘସ୍ଥାୟୀ ସଂରକ୍ଷଣ ପ୍ରଣାଳୀରେ ଏବେଠାରୁ ବିଲୁପ୍ତପ୍ରାୟ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଜିନୋମ୍କୁ ଭବିଷ୍ୟତ ପାଇଁ ସୁରକ୍ଷିତ ଭାବେ ସାଇତା ଯାଇପାରିବ। ଅତ୍ୟୁଚ୍ଚ ତାପମାତ୍ରାରେ ମଧ୍ୟ ଏହି ୫ଡି ମୋମୋରି କାର୍ଡରେ ୩୬୦ ଟେରାବାଇଟ୍ ଯାଏ ତଥ୍ୟ କୋଟି କୋଟି ବର୍ଷ ଧରି ଅକ୍ଷୁଣ୍ଣ ରହିପାରିବ ବୋଲି ଗବେଷକମାନେ କହିଛନ୍ତି। ଉକ୍ତ ମେମୋରି କ୍ରିଷ୍ଟାଲ୍ଟି ପୃଥିବୀର ସବୁଠୁ ରସାୟନ ତଥା ତାପ ସହନଶୀଳ ଦୀର୍ଘସ୍ଥାୟୀ ପଦାର୍ଥ ‘କ୍ବାର୍ଟଜ୍’ ସଦୃଶ।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ୫ଡି ମେମୋରି କାର୍ଡକୁ ସବୁଠୁ ଦୀର୍ଘସ୍ଥାୟୀ ତଥ୍ୟ ସଂରକ୍ଷଣର ମାନ୍ୟତା ମିଳିବା ସହ ତାହା ଗିନିସ୍ ବିଶ୍ବ ରେକର୍ଡ ହାସଲ କରିଥିଲା। ପ୍ରାୟ ହଜାରେ ଡିଗ୍ରି ସେଲ୍ସିଅସ୍ ଯାଏ ତାପମାତ୍ରା ଓ ବର୍ଗସେଣ୍ଟିମିଟର୍ ପିଛା ୧୦ ଟନ୍ ଯାଏ ଚାପକୁ ଏହା ସହିବାକୁ ସକ୍ଷମ। ଏପରିକି ମହାଜାଗତିକ ବିକିରଣରୁ ମଧ୍ୟ ଏହା ଅକ୍ଷତ ରହିପାରିବ ବୋଲି କୁହାଯାଇଛି। ଏଥିରେ ସାଧାରଣତଃ ଦୁଇଟି ଅପ୍ଟିକାଲ୍ ଡାଇମେନ୍ସନ୍ ଓ ତିନିଟି ସ୍ପାସିଆଲ୍ କୋ-ଅର୍ଡିନେଟ୍କୁ ପାଥେୟ କରି ଲେଜର୍ ଦ୍ବାରା ତଥ୍ୟ ଖୋଦିତ କରାଯାଇଥାଏ। ତେଣୁ ଏହାର ନାମକରଣ ସେପରି ହୋଇଛି। ବର୍ତ୍ତମାନ ଆନୁବଂଶିକ ସୂଚନା ଆଧାରରେ ମନୁଷ୍ୟ, ଜୀବଜନ୍ତୁ କି ଉଦ୍ଭିଦ ପ୍ରସ୍ତୁତ କରିବା ସମ୍ଭବ ନୁହେଁ, ତେବେ ଭବିଷ୍ୟତରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ତାହା ସମ୍ଭବ ହୋଇପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button