ଦେଶ- ବିଦେଶ

ବୟାନ ପ୍ରତ୍ୟାହାର କଲେ କଙ୍ଗନା; କୃଷି ଆଇନ ନେଇ ସମାଲୋଚନା ପରେ ଏମିତି କହିଲେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଲୋକସଭା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ପୂର୍ବରୁ ଦେଇଥିବା ବୟାନକୁ ପ୍ରତ୍ୟାହାର କରିଛନ୍ତି କଙ୍ଗନା। ସେ କହିଛନ୍ତି କୃଷି ଆଇନକୁ ନେଇ ମୁଁ ଦେଇଥିବା ମନ୍ତବ୍ୟ ପାଇଁ କିଛି ଲୋକମାନେ ନିରାଶ ହେବାସହ କ୍ଷୋଭ ପ୍ରକାଶ କରିଛନ୍ତି।

ମୋତେ ଧ୍ୟାନ ରଖିବାକୁ ପଡ଼ିବ ଯେ ମୁଁ ଏବେ କେବଳ ଅଭିନେତ୍ରୀ ନୁହେଁ, ବିଜେପିର କାର୍ଯ୍ୟକର୍ତ୍ତା ଅଟେ। ମୁଁ ଦେଇଥିବା ବୟାନ ପ୍ରତ୍ୟାହାର କରୁଛି।
ଏକ୍ସରେ ଭିଡ଼ିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ ମିଡ଼ିଆରେ ଏକ ପ୍ରଶ୍ନରେ ଉତ୍ତର ଦେଇ ମୁଁ କହିଥିଲି ଯେ କୃଷି ଆଇନ କାର୍ଯ୍ୟକାରୀ କରିବାକୁ କୃଷକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିବା ଉଚିତ୍‌। ମୋ କଥାରୁ ଅନେକ ଲୋକ ନିରାଶ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ଧ୍ୟାନ ଦେବାକୁ ପଡ଼ିବ ଯେ ମୁଁ ଆଉ ଏବେ କେବଳ ଜଣେ ଅଭିନେତ୍ରୀ ନୁହେଁ। ମୁଁ ମଧ୍ୟ ବିଜେପିର କର୍ମୀ ଅଟେ। ମୋର ମତ ମୋ ନିଜର ହେବା ଉଚିତ ନୁହେଁ, ମୋ ମତରେ ଦଳର ଆଭିମୁଖ୍ୟ ରହିବା ଦରକାର। ମୋ କଥାରେ କିମ୍ବା ଚିନ୍ତାଧାରାରେ କାହାକୁ ନିରାଶ କରିଛି, ତେବେ ଏଥିପାଇଁ ଗଭୀର ଦୁଃଖିତ। ମୁଁ ମୋ କଥାକୁ ପ୍ରତ୍ୟାହାର କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button