ରାଜ୍ୟ
ଭରତପୁର ଥାନାରେ କ୍ରାଇମ୍ବ୍ରାଞ୍ଚ, କୋର୍ଟରେ ହାଜର ହେବେ ନିଲମ୍ବିତ IIC

ଭୁବନେଶ୍ୱର ୨୫।୦୯ : ଭରତପୁର ଥାନା ହାଇଡ୍ରାମା ମାମଲା । ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ବୁଧବାର ସକାଳୁ ସକାଳୁ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଭରତପୁର ଥାନାରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାପରେ ପଥରଗାଡିଆ ଯିବ ଟିମ୍ । କ୍ରାଇମବ୍ରାଞ୍ଚ ଟିମ୍ର ପଥରଗାଡିଆ ଗସ୍ତକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ବୁଧବାର କୋର୍ଟ ହାଜର ହେବେ ଦୀନକୃଷ୍ଣ ମିଶ୍ର । ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଶୁଣାଣି ହେବ । ନିଲମ୍ବିତ IIC ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ହେବ ଶୁଣାଣି । ଭୁବନେଶ୍ବର JMFC କୋର୍ଟରେ ହେବ ଶୁଣାଣି । ଦୀନକୃଷ୍ଣଙ୍କ ସହମତି ଉପରେ ନିର୍ଭର କରୁଛି ଟେଷ୍ଟ । ଦୀନକୃଷ୍ଣ ମିଶ୍ର ସହମତି ଦେଲେ ହେବ ଟେଷ୍ଟ ।




