ଦେଶ- ବିଦେଶ

ମଙ୍କିପକ୍ସର ‘କ୍ଲେଡ ୧’ ଭାରିଆଣ୍ଟ କେତେ ମାରାତ୍ମକ, ଜାଣନ୍ତୁ

ନୂଆଦିଲ୍ଲୀ: ମଙ୍କିପକ୍ସର ‘କ୍ଲେଡ ୧’ ଭାରିଆଣ୍ଟର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି। କେରଳର ମାଲାପୁରମ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସର କ୍ଲେଡ୍ ୧ ବି ଷ୍ଟ୍ରେନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଯୁବକ ଜଣକ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଫେରିଥିଲେ। ତେବେ ଆସନ୍ତୁ ଜାଣିବା ଏହା କେତେ ମାରାତ୍ମକ….

ସାଧାରଣତଃ ସଂକ୍ରମଣର ୧୪ ଦିନ ମଧ୍ୟରେ ମଙ୍କିପକ୍ସର ଲକ୍ଷଣ ଆରମ୍ଭ ହୋଇପାରେ। ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ଥକାପଣ ଏବଂ ବେକ ତଥା ବାହୁରେ ଆଲର୍ଜି ଭଳି ବିନ୍ଦୁ ଦେଖାଦେଇଥାଏ। ଏହି ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ସାଧାରଣତଃ ଏକରୁ ଚାରି ଦିନ ପର୍ଯ୍ୟନ୍ତ ରହିଥାଏ, ଯାହା ପରେ ଚର୍ମରେ ଦାଗ ଏବଂ କ୍ଷତ ସୃଷ୍ଟି ହୁଏ। ହାତ ପାପୁଲି ଏବଂ ପାଦରେ କ୍ଷତ ମଧ୍ୟ ହୋଇପାରେ।

କ୍ଲେଡ୍ -1 ଷ୍ଟ୍ରେନ୍ ହେଉଛି ମଙ୍କିପକ୍ଏଭଳି ଭାରିଆଣ୍ଟ ଯାହା ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ। ସଂକ୍ରମଣର ଆଶଙ୍କା ବଢିବା ସହିତ ଏହି ଷ୍ଟ୍ରେନ୍ ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। କ୍ଲେଡ୍ -1 ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ଲୋକମାନେ ଅଧିକ ଜ୍ୱର, ଦାଗ ଏବଂ ଅନ୍ୟାନ୍ୟ ଜଟିଳ ସମସ୍ୟା ଭଳି ଅଧିକ ଭୟଙ୍କର ଲକ୍ଷଣ ଅନୁଭବ କରିପାରନ୍ତି।

ଏହି ନୂତନ ଷ୍ଟ୍ରେନ୍ ଯୋଗୁଁ ମୃତ୍ୟୁ ହାରରେ ମଧ୍ଯ ବୃଦ୍ଧି ଦେଖାଯାଉଛି। ଆହୁରି ମଧ୍ଯ ସଂକ୍ରମିତ ବ୍ଯକ୍ତିଙ୍କ ମଧ୍ୟରେ ନିମୋନିଆ ଭଳି ଗମ୍ଭୀର ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏପରିକି ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button