ଦେଶ- ବିଦେଶ

ଅସରଫଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ମହାଲକ୍ଷ୍ମୀ: ସ୍ବାମୀ କଲେ ଖୁଲାସା

ବେଙ୍ଗାଲୁରୁ: ଗତ କିଛି ଦିନ ହେବ ବେଙ୍ଗାଲୁରୁରେ ଘଟିଥିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବା ସହ ଟିକି ଟିକି କରି କାଟି ଫ୍ରିଜରେ ରଖିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରେମିକଜଣକ ମୁସଲମାନ ହୋଇଥିବା ବେଳେ ମୃତକ ଜଣକ ହିନ୍ଦୁ ଥିଲେ ବୋଲି ଜଣାପଡ଼ିବା ପରେ ପୁଣି ଜଣେ ହିନ୍ଦୁକୁ ଜଣେ ମୁସଲିମ ଯୁବକ ବଳି ପକାଇ ଦେବା କଥା ଲୋକେ କହିବା ଆରମ୍ଭ କରିଛନ୍ତି।

ଏମଧ୍ୟରେ ମୃତକ ବିବାହିତ ଥିଲେ ଓ ତାଙ୍କର ୪ବର୍ଷର ଝିଅ ଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ମହାଲକ୍ଷ୍ମୀ ବୋଲି ଜଣାପଡ଼ିଥିବା ବେଳେ ଏବେ ତାଙ୍କ ସ୍ବାମୀ ହେମନ୍ତ, ମହାଲକ୍ଷ୍ମୀଙ୍କୁ ନେଇ ନୂଆ ତଥ୍ୟ ଦେଇଛନ୍ତି।

ତାଙ୍କ କହିବା ମୁତାବକ, ୬ବର୍ଷ ତଳେ ସେ ମହାଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ଝିଅ ବି ଅଛି। ହେଲେ ବିଭିନ୍ନ କଥାକୁ ନେଇ ଝଗଡ଼ା ହେଉଥିବାରୁ ମହାଲକ୍ଷ୍ମୀ ୯ମାସ ତଳେ ଅଲଗା ରହିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ଅସରଫଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଅସରଫ ହିଁ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଛନ୍ତି।

ତେବେ ହେମନ୍ତ ଏଭଳି ଦାବି କରୁଥିଲେ ବି ପୁଲିସ ପ୍ରକୃତ ସତ ଜାଣିବା ପାଇଁ ତଦନ୍ତ କରିବା ଆରମ୍ଭ କରିଛି। ଅଭିଯୁକ୍ତକୁ ଚିହ୍ନଟ କରାଯାଇ ସାରିଛି । ଏବେ ସେ ଫେରାର ଥିବାରୁ ତାକୁ ଗିରଫ ପାଇଁ ଉଦ୍ୟମ ଚାଲିଥିବା କହିଛି ପୁଲିସ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button