ଦେଶ- ବିଦେଶ

ଓଡ଼ିଶାକୁ ଆସିବ ସେମିକଣ୍ଡକ୍ଟର କ୍ଷେତ୍ରରେ ବଡ଼ ନିବେଶ; ‘ଜୋହୋ’ ଗ୍ରୁପ ଖୋର୍ଦ୍ଧାରେ ପ୍ରତିଷ୍ଠା କରିବ ପ୍ଲାଣ୍ଟ

ନୂଆଦିଲ୍ଲୀ: ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍ । ଆସିବ ବଡ଼ ନିବେଶ । ରାଜ୍ୟରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ବସାଇବାକୁ ଯୋଜନା କରୁଛି ‘ଜୋହୋ’ ଗ୍ରୁପ। ଖୋର୍ଦ୍ଧା ଜିଲ୍ଲାରେ ସିଲିକନ୍ କାରବାଇଡ୍ ବିନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯାଉଛି ସିଲେଟ୍ରିକ୍ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚର ପ୍ରାଇଭେଟ୍ ଲିଟିଟେଡ୍ । କମ୍ପାନି ଏଥିରେ ୩ ହଜାର କୋଟି ଟଙ୍କା ନିବେଶ କରିବ ।

ଏନେଇ ଗୁରୁବାର କମ୍ପାନି କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରି ପ୍ରସ୍ତାବ ଦେଇଥିବା କୁହାଯାଉଛି ।

ଓଡ଼ିଶା ସରକାରଙ୍କ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ରାଜ୍ୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ମଞ୍ଜୁରୀ ପ୍ରାଧିକରଣ ୧୨ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି ଏବଂ ଏଥିରେ ୩୯ ହଜାର କୋଟି ଟଙ୍କାର ନିବେଶ ଆସିବ । ଏହା ସହିତ ଓଡ଼ିଶା ସରକାର ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଡିଭାଇସ୍ ଏବଂ ବିନିର୍ମାଣ କ୍ଷେତ୍ରରେ ତିନୋଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ସିଲିକନ କାରବାଇଡ୍ ଡିଭାଇସ୍ ନିର୍ମାଣ କମ୍ପାନି ସିଲିକନ୍ ସେମିକଣ୍ଡକ୍ଟରର ପ୍ରସ୍ତାବ ବି ସାମିଲ୍ ରହିଛି ।

ଓଡ଼ିଶା ସରକାରଙ୍କ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ସିଲେଟ୍ରିକ୍ କମ୍ପାନି ସିଲିକନ କାରବାଇଡ୍ ଉତ୍ପାଦନ ଠାରୁ ଆରମ୍ଭ କରି ଓ୍ବେଫର୍ସ, ମସଫେଟ୍, ମଡ୍ୟୁଲ୍ ପର୍ଯ୍ୟନ୍ତ ଏବଂ ଆଲେମ୍ବିଲ୍, ମାର୍କିଂ ଓ ପ୍ୟାକେଜିଂ ସୁବିଧା ଏଠାରେ ଉପଲବ୍ଧ ରହିବ । ସେମିକଣ୍ଡକ୍ଟର ୟୁନିଟ୍ର ବାର୍ଷିକ EPI ୱାଫର୍ସ କ୍ଷମତା ୭୨୦୦୦, ମସଫେଟ୍ କ୍ଷମତା ୭୨୦୦୦ ଏବଂ ମଡ୍ୟୁଲ୍ର କ୍ଷମତା ୭୨,୦୦୦ ରହିବ । କମ୍ପାନି ସେମିକଣ୍ଡକ୍ଟର ମିଶନ ପାଇଁ ଭାରତୀୟ ସେମିକଣ୍ଡକ୍ଟର ମିଶନ ଅଧୀନରେ ଥିବା MeiTYରେ ନିଜ ଆବେଦନ ଦାଖଲ କରିଛି । ଏଠାରେ ହେବାକୁ ଥିବା ସେମିକଣ୍ଡକ୍ଟର ସାମଗ୍ରୀ ଗୁଡ଼ିକୁ ଇଭିଏମ୍, ଅଟୋମୋବାଇଲ୍ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟବହୃତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button