ଦେଶ- ବିଦେଶ

ମହିଳାମାନଙ୍କ ନାକର ଆକାରରୁ ଜାଣି ହୋଇଥାଏ ସେମାନେ କେମିତି ଅଟନ୍ତି…

ନାକ ସମସ୍ତ ଜୀବଙ୍କ ଶରୀରର ଏକ ମହତ୍ଵପୂର୍ଣ ଅଙ୍ଗ ଅଟେ । କାରଣ ଏହା ସାହାର୍ଯ୍ୟରେ ସେ ନିଶ୍ଵାସ ଓ ପ୍ରଶ୍ଵାସ ଗ୍ରହଣ କରିଥାଏ ଓ ଛାଡି ଥାଏ । ନାକ ସାହାର୍ଯ୍ୟରେ ହିଁ ସବୁ ଜୀବ ସମସ୍ତ ଜିନିଷର ସୁଗନ୍ଧ ଓ ଦୁର୍ଗନ୍ଧ ବିଷୟରେ ଜାଣି ପାରିଥାଏ ।

କିନ୍ତୁ ଶାସ୍ତ୍ର ଅନୁସାରେ ଆପଣ ମନୁଷ୍ୟର ନାକର ଆକୃତି ଦେଖି ଆପଣ ତାହାର ପ୍ରକୂତି ବିଷୟରେ ଜାଣି ପାରିବେ । କହିବାକୁ ଗଲେ ଏହି ଦୁନିଆରେ ସମସ୍ତଙ୍କ ନାକର ଆକାର ଭିନ୍ନ ଭିନ୍ନ ହୋଇଥାଏ ।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାକର ଲକ୍ଷଣ ଓ ଆକାର ଦେଖି ବ୍ୟକ୍ତିର ଭବିଷ୍ୟତ ଓ ତାଙ୍କର ସ୍ଵଭାବ ବିଷୟରେ ଜାଣିବାର ବିଧି କୁହାଯାଇଛି । ଆଜି ଆମେ ଆପଣଙ୍କୁ ନାକର ଆକାର ଦ୍ଵାରା ବ୍ୟକ୍ତିର ସ୍ଵଭାବ କେମିତି ହୋଇଥାଏ ସେହି ବିଷୟରେ କହିବୁ ।

ଶୁଆ ପକ୍ଷୀ ଭଳି ନାକ

ଏହିଭଳି ନାକ ଥିବା ଲୋକମାନେ ସ୍ଵଭାବରେ ଦାୟିତ୍ୱବାନ ଓ ପ୍ରତିଜ୍ଞାବାନ ବ୍ୟକ୍ତି ହୋଇଥାନ୍ତି । ଏମାନେ ଯେତେ ଅଧିକାର ପ୍ରତି ସଜାଗ ଅଟନ୍ତି ସେତିକି ହିଁ ନିଜର କର୍ତ୍ତବ୍ୟ ପାଳନ କରିବାରେ ବି ଅଗ୍ରଣୀ ହୋଇଥାନ୍ତି ।

ମୋଟା ନାକ

ଏହି ଲୋକମାନେ ପ୍ରାୟତଃ ଧନୀ, ଗୁଣବାନ, ସାହସୀ ଓ ସେନାପତି ଓ ଅଧିକାରୀ ହେବାର ଗୁଣ ଦ୍ଵାରା ଭରପୁର ଥାଆନ୍ତି । ଭାରତୀୟ ପରମ୍ପରାରେ ଦେବତାଙ୍କର ମୋଟା ନାକ ଅଟେ ବୋଲି କୁହାଯାଇଛି ।

ବିପରୀତ ନାକ

ବିପରୀତ ନାକ ଅର୍ଥାତ ବଡ ଚେହେରାରେ ଛୋଟ ନାକ କିମ୍ବା ଛୋଟ ଚେହେରାରେ ବଡ ନାକ ଅବ୍ୟବସ୍ଥିତ ବ୍ୟକ୍ତିଙ୍କର ଚିହ୍ନ ଅଟେ । ଏମାନେ ନିଜ ଜୀବନରେ ପ୍ରାୟତଃ ବିଫଳ ରହିଥାନ୍ତି । ନାକର ଆକାର ଚେହେରାର ଅନୁରୂପ ହେବା ସୌଭାଗ୍ୟର ଚିହ୍ନ ହୋଇଥାଏ ।

 

ପତଳା ନାକ

ପତଳା ନାକର ବଡ ନାକ ପୁଡା ତଥା ମୋଟା ନାକର ଛୋଟ ନାକ ପୁଡା, ଲମ୍ବାଇରୁ ଅଧିକ ଚଉଡା ଓ ଚଉଡାରୁ ଅଧିକ ଲମ୍ବା ଥିବା ଲୋକମାନେ କମଜୋର ହୃଦୟ ଓ କମଜୋର ମସ୍ତିଷ୍କ ବାଲା ଅଟନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button