ଦେଶ- ବିଦେଶ
ପେଜର୍ ବ୍ଲାଷ୍ଟ ପଛରେ ମୋସାଦ, ଆଖି ହରାଇଲେ ଇରାନ୍ ରାଷ୍ଟ୍ରଦୂତ

ବିପ୍…ବିପ୍…ବିପ୍ ଶବ୍ଦ ହେଲା। ତା’ପରେ ହେଲା ଜୋରଦାର ବିସ୍ଫୋରଣ। ଲେବାନନ ଓ ସିରିଆରେ ହୋଇଥିବା ପେଜର ବିସ୍ଫୋରଣରେ କିଏ ନିଜ ଗୋଡ଼ ହରାଇଛି ତ ଆଉ କିଏ ହାତ। ସେହିପରି ଅନେକ ପ୍ରାଣ ହରାଇଛନ୍ତି। ଏହି ପେଜର୍ ବିସ୍ଫୋରଣରେ ଲେବାନନରେ ଇରାନର ରାଷ୍ଟ୍ରଦୂତ ଗୋଟିଏ ଆଖି ହରାଇଥିବାବେଳେ ଲେବାନନ୍ ସାଂସଦଙ୍କ ପୁଅର ମୃତ୍ୟୁ ଘଟିଛି।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ପେଜର ବିସ୍ଫୋରଣରେ ଇରାନର ରାଷ୍ଟ୍ରଦୂତ ମୋଜତବା ଆମାଇଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଅନ୍ୟ ଏକ ଆଖିରେ ବି ଗୁରୁତର ଆଘାତ ଲାଗିଛି। ତାଙ୍କୁ ତେହରାନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଇରାନର ରାଷ୍ଟ୍ରଦୂତ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଡ୍ରେସ୍ ପୂରା ରକ୍ତରେ ଭିଜି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କର ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଥିବା ନଜର ଆସିଛି।