ରାଜ୍ୟ

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ୩୧ ଶହ ଲୋକ

ବାଲେଶ୍ୱର: କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ହେଉଛନ୍ତି ୬ଟି ଗାଁର ୩୧ ଶହ ଲୋକ। ସମସ୍ତଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ।

ଆସନ୍ତାକାଲି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ମିସାଇଲ ପରୀକ୍ଷଣ କରାଯିବ।

ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ବାଲେଶ୍ୱରର ଆସିଷ୍ଟାଣ୍ଟ୍ କଲେକ୍ଟର ନିରଂଜନ ବେହେରା କହିଛନ୍ତି ଯେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଆଇଟିଆର କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି।

ଏଥିପାଇଁ କ୍ଷେପଣାସ୍ତ୍ର ଘାଟିରୁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

ସୂଚନାନୁସାରେ, ଜୟଦେବକ୍ସବା ପାହି ଏବଂ ସାଜାହଜନଗର ପାହିର ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରେ ପାହିରୁ ୮୯୫ ଏବଂ ଖଡୁପାହି ଏବଂ କୁସୁମୁଲିରୁ ୧୧୧୨ ଜଣଙ୍କୁ ସ୍ଥାନାନ୍ତର କରାଯିବ। ସକାଳ ୬ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହିବେ। ଆଶ୍ରୟସ୍ଥଳୀରେ ଖାଦ୍ୟ ଏବଂ ପାନୀୟ ସମେତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟାରେ ୧୦୦ରୁ ଅଧିକ ସରକାରୀ କର୍ମଚାରୀ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ରକ୍ଷା ତଥା କୌଣସି ଅପ୍ରିତିକର ଘଟଣାକୁ ଏଡାଇବା ପାଇଁ ପ୍ରାୟ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button