ଜ୍ୟୋତିଷ

ରାତିରେ ଛାତ ଉପରେ କାଉ ବସିଲେ ମିଳିଥାଏ ଏହି ଦୁଇଟି ସଙ୍କେତ , ହୋଇଥାଏ ବଡ଼ ଅଘଟଣ , ଜାଣି ନିଅନ୍ତୁ

ଭଗବାନ ଶ୍ରୀକୃଷ୍ଣ ପିଲାବେଳେ କାଗାସୂରର ବଧ କରିଥିଲେ ଯିଏକି କାଉ ରୂପୀ ଅସୁର ଥିଲା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବାକୁ ଆସିଥିଲା । କାଉ ଏକ ଏପରି ପକ୍ଷୀ ଯାହାକୁ ପୃଥିବୀରେ ସବୁ ସ୍ଥାନରେ ଦେଖା ଯାଇଥାଏ । ଏହି ପକ୍ଷୀ ସବୁ ପକ୍ଷୀ ଅପେକ୍ଷା ଅଧିକ ବୁଦ୍ଧିମାନ ମଧ୍ୟ ହୋଇଥାଏ । ତ୍ରେତୟା ଯୁଗରେ ଗୋଟିଏ କାଉ ରାମାୟଣ ମଧ୍ୟ ଲେଖିଥିଲା । ଯାହାଙ୍କୁ କାକ ଭୁଶୁଣ୍ଡି ନାମରେ ଜଣା ଯାଇଥାଏ ।

ପୂର୍ବ କାଳରେ କାଉ ଧଳା ରଙ୍ଗର ଥିଲା ଏବଂ ତାର ବଚନ ମଧ୍ୟ ଅତ୍ୟନ୍ତ ମଧୁର ଥିଲା । ମାତ୍ର ଏକ ଋଷିର ଏକ ଅଭିଶାପ କାରଣରୁ କାଉ କଳା ଏବଂ ତାର ସ୍ୱର କର୍କଶ ହୋଇଥିଲା । କାଉ ବୁଦ୍ଧିମାନ ହେବା ସହିତ ସାହସୀ ମଧ୍ୟ ହୋଇଥାଏ । ଶକୁନ ଶାସ୍ତ୍ର ଅନୁଯାୟୀ କାଉ ଠାରୁ ମନୁଷ୍ୟକୁ ଅନେକ କିଛି ଶିକ୍ଷା କରିବାର ଅଛି । ଏହାବ୍ୟତୀତ କାଉ ଠାରୁ ଭବିଷ୍ୟତର ଅନେକ ଦିନ ଘଟଣା ବିଷୟରେ ସଙ୍କେତ ମଧ୍ୟ ମିଳିଥାଏ ।

ଏହାବ୍ୟତୀତ କାଉକୁ ମନୁଷ୍ୟର ଜନ୍ମ ଏବଂ ମରଣ ମଧ୍ୟରେ ସଂଯୋଗ ବୋଲି କୁହାଯାଏ । ଏପରି କୁହାଯାଏ ଯେ ମୃତ୍ୟୁ ପରେ ପିତୃ ପୁରୁଷ କାଉ ରୂପ ଧାରଣ କରି ନିଜର ପରିଜନଙ୍କୁ ସାକ୍ଷାତ କରିବାକୁ ଆସନ୍ତି । ତେଣୁ ଦୀପାବଳିରେ ପିତୃଙ୍କୁ ଶ୍ରାଦ୍ଧ ଦେଇ କାଉକୁ ଭୋଜନ ଦିଆଯାଇଥାଏ । କାଉ ଦ୍ୱାରା ମିଳୁଥିବା ସଙ୍କେତ ମଧ୍ୟରୁ କିଛି ଶୁଭ ହୋଇଥିବା ବେଳେ ଆଉ କିଛି ଅଶୁଭ ହୋଇଥାଏ । ତେଣୁ ଏହି ସବୁ ସଙ୍କେତକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । ତେବେ ଚାଲନ୍ତୁ ସେହି ସଙ୍କେତ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଯଦି କେହି କାଉ ରୋଗରେ ଲିପ୍ତ ହୋଇ ଆପଣଙ୍କ ଘରର ଦ୍ୱାରରେ ଆସି ଚିତ୍କାର କରୁଛି ତେବେ ଘରର ବାଳକର ଅନିଷ୍ଠ ହେବାକୁ ଯାଉଛି । ତେଣୁ ଏପରି ପରିସ୍ଥିତି ଦେଖା ଦେଲେ ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ । କାରଣ ଶନିଦେବଙ୍କ ବାହନ କାଉ ହୋଇଥାଏ।

୨ . ଯଦି ଆପଣ ପାଣିରେ କାଉକୁ କର୍ଣ୍ଣ କର୍କଶ ଶବ୍ଦ କରି ବୁଡ଼ି ଯାଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣ କୌଣସି କାର୍ଯ୍ୟରେ ଅସଫଳ ହେବାକୁ ଯାଉଛନ୍ତି ।

୩ . କାଉକୁ ସଂଭୋଗ କରୁଥିବାର ଦେଖିବା ଅତ୍ୟନ୍ତ କଠିନ ଅଟେ । ମାତ୍ର ଯଦି କେହି ସଂଭୋଗ କରୁଥିବା ସମୟରେ କାଉ ନଜର ଆସିଥାଏ ତେବେ ତାହା ଅତ୍ୟନ୍ତ ଅଶୁଭ ଅଟେ । ଏପରି ଦେଖିଲେ ଭୟଙ୍କର ଧନ ହାନୀର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ୱାରା ଆପଣଙ୍କ ମାନ ସମ୍ମାନ ହାନୀ ହେବାର ସଙ୍କେତ ମଧ୍ୟ ମିଳିଥାଏ ।

୪ . ଆପଣଙ୍କ ଘର ସାମ୍ନାରେ ଯଦି ଏକାଧିକ କାଉ ବସି ରାବନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଘର ଉପରକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ତେଣୁ ଆପଣ ସତର୍କ ରହିବା ଉଚିତ । ଏହାଦ୍ବାରା ଘରର ମୁରବୀଙ୍କ ଉପରକୁ ବଡ଼ ସମସ୍ୟା ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button