ରାଜ୍ୟ

ଚୋରି କରିବାକୁ ଯାଇ ଦମ୍ପତିଙ୍କୁ ହାଣିଲେ ଦୁର୍ବୁତ୍ତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ବୁଧବାର ପ୍ରାୟ ରାତି ୩ଘଣ୍ଟା ସମୟରେ କିଛି ଦୁର୍ବୁତ୍ତ ସତୀଶଙ୍କ ଘରର ଛାତ ଉପରକୁ ଯାଇ ଘରର ଲୁହା ଗ୍ରିଲ୍ କାଟି ଘର ଭିତରକୁ ପ୍ରବେଶ କରୁଥିବା ବେଳେ ସତୀଶ ଓ ତାଙ୍କର ସ୍ତ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା। ଏ ନେଇ ସତୀଶ କିଏ କିଏ ବୋଲି ପାଟି କରିବାରୁ ଦୁର୍ବୁତ୍ତମାନେ ସତୀଶକୁ ଆକ୍ରମଣ କରିଥିଲେ।

ଏହା ଦେଖି ତାଙ୍କର ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ।

ଘଟଣାକୁ ନେଇ ସତୀଶ ବଡ଼ ବଜାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଘଟଣା ସ୍ଥଳକୁ ପୁଲିସ ଯାଇ ତଦନ୍ତ କରୁଥିବା ଜଣାପଡିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button