ଦେଶ- ବିଦେଶ

‘ଖୁବ୍ କଷ୍ଟଦାୟକ, ଶୋଇପାରୁ ନଥିଲି…’, ଯନ୍ତ୍ରଣା ବଖାଣିଲେ ମଙ୍କିପକ୍ସ ଆକ୍ରାନ୍ତ

ଧୀରେ ଧୀରେ ଆଫ୍ରିକାରୁ 17 ଦେଶକୁ ବ୍ୟାପି ସାରିଛି ମଙ୍କିପକ୍ସ। ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣରେ 570 ଜଣଙ୍କ ମୃତ୍ୟୁ ଘଟିଲାଣି। ଆଫ୍ରିକାରେ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ହେଲଥ ଏମର୍ଜେନ୍ସି ଜାରି କରିଛନ୍ତି।

ଏହାରି ମଧ୍ୟରେ ଆଫ୍ରିକାର ଜଣେ 40 ବର୍ଷୀୟ ବ୍ୟକ୍ତି ମଙ୍କିପକ୍ସର ନୂଆ ଷ୍ଟ୍ରେନ୍ ‘କ୍ଲେଡ୍ 1ବି’ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେ ଏହି ନୂଆ ଷ୍ଟ୍ରେନର ଲକ୍ଷଣ କେତେ ଭୟଙ୍କର ସେ ବାବଦରେ BBC ନ୍ୟୁଜ୍ ସହ ଆଲୋଚନା ସମୟରେ ବଖାଣିଛନ୍ତି।

ସେ କହିଛନ୍ତି, “ଯନ୍ତ୍ରଣା ଏତେ ମାରାତ୍ମକ ଯେ ମୁଁ ରାତିରେ ଶୋଇପାରୁନଥିଲି। ନୂଆ ଷ୍ଟ୍ରେନରେ ସଂକ୍ରମିତ ଚିହ୍ନଟ ହେବା ପରେ ମୋ ଗଳାର ଲସିକା ଗ୍ରନ୍ଥି ଫୁଲି ଯାଇଥିଲା। ଏହା ଏତେ ଯନ୍ତ୍ରଣାଦାୟକ ଥିଲା ଯେ, ମୋତେ ଶୋଇବାରେ କଷ୍ଟ ହେଉଥିଲା। ଧୀରେ ଧୀରେ ଗଳାରେ ଯନ୍ତ୍ରଣା କମି ଯାଇଥିଲା ସତ, କିନ୍ତୁ ପରେ ପୁଣି ଗୋଡରେ ଯନ୍ତ୍ରଣା ହୋଇଥିଲା।”

ସେ ଆହୁରି କହିଛନ୍ତି, “ଅନ୍ୟ ଷ୍ଟ୍ରେନ୍ ତୁଳନାରେ ‘କ୍ଲେଡ୍ 1ବି’ ଖୁବ୍ ଯନ୍ତ୍ରଣାଦାୟକ, କିନ୍ତୁ ଘାତକ ନୁହେଁ। ଅର୍ଥାତ୍ ମୃତ୍ୟୁ ଆଶଙ୍କା କମ୍। ମୋର ଜଣେ ବନ୍ଧୁଙ୍କର ଏପରି ଲକ୍ଷଣ ଥିଲା। ତାଙ୍କଠାରୁ ମୋତେ ସଂକ୍ରମିତ ହୋଇ ଥାଇପାରେ ବୋଲି ମୁଁ ଭାବୁଛି। କିନ୍ତୁ ସେତେବେଳେ ଆମେ ଏହା ମଙ୍କିପକ୍ସ ବୋଲି ଜାଣିନଥିଲୁ।” ସୌଭାଗ୍ୟବଶତଃ ମୋର 7 ଜଣ ଛୁଆ ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇନାହାନ୍ତି ବୋଲି ସେ କହିଛନ୍ତି।

ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ସଂକ୍ରମିତ ହେବା ପରେ ସେ ବର୍ତ୍ତମାନ କିଙ୍ଗ୍ ଖାଲେଦ ୟୁନିଭରସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପତ୍ନୀ ମଧ୍ୟ ଏହି ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ଏହି ହସ୍ପିଟାଲରେ 59 ଜଣ ‘କ୍ଲେଡ୍ 1ବି’ ରୋଗୀ ଚିକିତ୍ସିତ ହେଉଛନ୍ତି। ସେପଟେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଟେଣ୍ଟ ବ୍ୟବସ୍ଥା କରାଯାଇଥିବା ଜଣେ ଡାକ୍ତର କହିଛନ୍ତି।

ପ୍ରକାଶ ଥାଉକି, ଜୁଲାଇରେ ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସରେ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ସ୍ୱିଡେନରେ ମଧ୍ୟ ନୂଆ ଷ୍ଟ୍ରେନର ଏକ ମାମଲା ଚିହ୍ନଟ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button