ଟୋଲ୍ ନିୟମରେ ବଡ଼ ପରିବର୍ତ୍ତନ: ଟୋଲ୍ ପ୍ଲାଜାରୁ ୨୦ କିମି ଯାଏ ଟିକସ ଛାଡ଼
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଟୋଲ୍ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ନିୟମାନୁଯାୟୀ, ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ସଂସ୍ଥାପିତ ଘରୋଇ ଯାନଗୁଡିକୁ ୨୦ କିଲୋମିଟର ପରିଧି ପର୍ଯ୍ୟନ୍ତ ଯାତ୍ରାରେ ଟୋଲ୍ ଟିକସ ଦେବାକୁ ପଡିବନାହିଁ। ଜିଏନ୍ଏସ୍ଏସ୍ ଥÒବା ବେସରକାରୀ ଯାନର ମାଲିକଙ୍କୁ କ୍ଷେତ୍ରରେ ରାଜପଥ ଏବଂ ଏକ୍ସପ୍ରେସୱେଗୁଡିକରେ ଦୈନିକ ୨୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଟୋଲ୍ ଟିକସ ଲାଗୁ ହେବନାହିଁ।
କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଜାତୀୟ ରାଜପଥ ଶୁଳ୍କ (ମୂଲ୍ୟ ନିର୍ଣ୍ଣୟ ଏବଂ ସଂଗ୍ରହ) ନିୟମ, ୨୦୦୮ରେ ସଂଶୋଧନ କରାଯାଇଛି। ବର୍ତ୍ତମାନ ଏହା ଜାତୀୟ ରାଜପଥ ଶୁଳ୍କ ସଂଶୋଧନ ନିୟମ, ୨୦୨୪ ଭାବରେ ଜଣାଶୁଣା। ନୂତନ ନିୟମ ଅନୁଯାୟୀ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ୨୦ କିମି ଦୂରତା ଯାତ୍ରା କରିବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଏହି ଦୂରତା ଅତିକ୍ରମ କଲେ ଗାଡି ମାଲିକଙ୍କ ଯେତି ଦୂରତା ଯାତ୍ରା କରିଥିବେ ସେତିକିର ଟୋଲ୍ ଟିକସ ଦେବେ। ଉଦାହରଣ ସ୍ବରୂପ ଯଦି ଆପଣ ଜାତୀୟ ରାଜପଥରେ ୩ କିମି ଯାତ୍ରା କରନ୍ତି ତେବେ ଆପଣ ୧୦ କିମି ଦୂରତ୍ବ ପାଇଁ ଟୋଲ୍ ଟିକସ ଦେବେ।
ବିଜ୍ଞପ୍ତି ଅନୁଯାୟୀ, ଯଦି ଜାତୀୟ ଅନୁମତି ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ଗାଡିର ଡ୍ରାଇଭର ଏକ ଜାତୀୟ ରାଜପଥ, ସ୍ଥାୟୀ ବ୍ରିଜ୍, ବାଇପାସ୍ କିମ୍ବା ଟନେଲ୍ ବ୍ୟବହାର କରନ୍ତି, ତେବେ ତାଙ୍କୁ ଜିଏନ୍ଏସ୍ଏସ୍ ଅଧୀନରେ ପ୍ରତ୍ୟେକ ଦିଗରେ ୨୦ କିମିର ଯାତ୍ରା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବନାହିଁ। ଜୁଲାଇ ମାସରେ ମନ୍ତ୍ରଣାଳୟ ଫାସ୍ଟ୍ୟାଗ୍ ସହିତ ଅତିରିକ୍ତ ବୈଶିଷ୍ଟ୍ୟ ଭାବରେ ପାଇଲଟ୍ ଭିତ୍ତିରେ ଜାତୀୟ ରାଜପଥ ଉପରେ ଉପଗ୍ରହ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା। କର୍ଣ୍ଣାଟକର ଏନ୍ଏନ୍-୨୭୫ର ବେଙ୍ଗାଲୁରୁ-ମହୀଶୂର ଏବଂ ହରିୟାଣାର ଏନ୍ଏନ୍-୭୦୯ ପାନିପତ୍-ହିସାର ଜୋନ୍ରେ ଜିଏନ୍ଏସ୍ଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା।
ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ କ’ଣ?
ଜିଏନ୍ଏସ୍ଏସ୍-ଆଧାରିତ ଟୋଲ ସଂଗ୍ରହ ପ୍ରଣାଳୀ ଅଧୀନରେ ରାଜପଥରେ ଯାତ୍ରା କରୁଥିବା ଦୂରତା ଉପରେ ଆଧାର କରି ଟୋଲ ସଂଗ୍ରହ କରାଯାଏ। ସାମ୍ପ୍ରତିକ ପଦ୍ଧତି ଅନୁଯାୟୀ, ଯଦିଓ ଜଣେ ଉପଭୋକ୍ତା ଟୋଲ୍ ରାସ୍ତାର ଏକ ଅଂଶ ଯାତ୍ରା କରନ୍ତି, ତେବେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟୋଲ୍ ଦେବାକୁ ପଡିବ। ଉପଗ୍ରହ-ଆଧାରିତ ସିଷ୍ଟମ ଯାନର ଗତିବିଧିକୁ ଟ୍ରାକ୍ କରିଥାଏ ଏବଂ ଯାନରେ ଲାଗିଥିବା ଅନ୍-ବୋର୍ଡ ୟୁନିଟ୍ ସାହାଯ୍ୟରେ ଚାର୍ଜ ହିସାବ ହୋଇଥା