ରାଜ୍ୟ

ଶୂନ୍ୟକାଳରେ ହୁଲସ୍ତୁଲ ଗୃହ: କହିବାକୁ ମିଳିଲାନି ସୁଯୋଗ, କାଗଜ ଫିଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ଶୂନ୍ୟକାଳରେ ହୁଲସ୍ତୁଲ ଗୃହ। କହିବାକୁ ମିଳିଲାନି ସୁଯୋଗ ରାଗରେ କାଗଜ ଫିଙ୍ଗିଲେ କଂଗ୍ରେସ ବିଧାୟକ। ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଅବହେଳା କରାଯାଇଥିବାରୁ ସେ କ୍ରୋଧରେ କକ୍ଷତ୍ୟାଗ କରିଥିବା ଜଣାପଡ଼ିଛି। ଗୃହରେ ତାଙ୍କୁ କହିବାକୁ ସୁଯୋଗ ଦେଲେ ନାହିଁ ବାଚସ୍ପତି, ଏଥିରେ ରାଗିଯାଇ ସେ କାଗଜ ଫିଙ୍ଗିବା ସହ କକ୍ଷତ୍ୟାଗ କରିଛନ୍ତି।

ସେପଟେ ବିଧାୟକଙ୍କ ,କକ୍ଷତ୍ୟାଗ ପରେ କଂଗ୍ରେସ ବିଧାୟକ ରାଜନ ଏକ୍କା ମଧ୍ୟ କକ୍ଷତ୍ୟାଗ କରିଛନ୍ତି। ସେପଟେ ତାରାଙ୍କୁ ସମର୍ଥନ ଜଣାଇ ବିଜେଡି ସଦସ୍ୟ ମଧ୍ୟ ଗୃହରେ ପ୍ରତିବାଦ କରିଥିବା ଜଣାପଡ଼ିଛି।

ଶୂନ୍ୟକାଳ ଆରମ୍ଭରୁ ଗୃହରେ ମାଲକାନଗିରି ଓ କୋରାପୁଟରେ ହୋଇଥିବା ବଡ଼ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ପ୍ରଶ୍ନ ଉଠାଇଥିଲେ ପ୍ରତା ଦେବ। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ କେତେ କ୍ଷୟକ୍ଷତି ହୋଇଛି। ସରକାର ଏଥିପାଇଁ କେଉଁ କେଉଁ ପଦକ୍ଷେ ନେଉଛନ୍ତି? କ୍ଷତିଗ୍ରସ୍ତଙ୍କୁ ସରକାର କେଉଁ ସହାୟତା ଯୋଗାଇ ଦେଉଛନ୍ତି ? ଉକ୍ତ ପ୍ରସଙ୍ଗକୁ ନେଇ , ନିଜ ମନ୍ତବ୍ୟ ରଖିବାକୁ କଂଗ୍ରେସ ବିଧାୟକ ଚାହୁଁଥିବାବେଳେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଇ ନଥିଲେ। ଫଳରେ ସେ ରାଗିଯାଇ କକ୍ଷତ୍ୟାଗ କରିଥିବା ଜଣାପଡ଼ିଛି। ତାରାଙ୍କୁ ସମର୍ଥନ ଜଣାଇବାକୁ ଯାଇ ଗୃହରେ ପ୍ରତିବାଦ କରିଛି ବିଜେଡି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button