ବଢୁଥିବା ଓଜନକୁ କନ୍ଟ୍ରୋଲ କରିବାର ଅଛି ତ ଏମିତି ଖାଆନ୍ତୁ ସାଲାଡ, ମିଳିଥାଏ ଅଧିକ ଲାଭ

ସାଲାଡ ତ ପାଖାପାଖି ସମସ୍ତେ ସେବନ କରିଥାନ୍ତି ଓ ଏହା ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ ହୋଇଥାଏ । ସମସ୍ତେ ସାଲାଡକୁ ଅଲଗା ଅଲଗା ରୂପରେ ସେବନ କରିଥାନ୍ତି । କହିବାକୁ ଗଲେ ପ୍ରାୟତଃ ସାଲାଡରେ ତାଜା ପନିପରିବା ଯେମିତି କି କାକୁଡି, ଟମାଟର, ମୂଳା, ଗାଜର ଓ କଞ୍ଚା ପିଆଜ ଭଳି ପନିପରିବା ପଡିଥାଏ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଭୋଜନ ସହିତ ସାଲାଡ ଖାଇବା ଉଚିତ ନୁହେଁ ଓ ଏହା ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି ।
ଏହା ଛଡା କେତେକ ଲୋକମାନେ ସାଲାଡର ସେବନ ତ କରନ୍ତି କିନ୍ତୁ ସାଲାଡ ର ପୁରା ପୋଷଣ ସେମାନେ ପାଇ ପାରନ୍ତି ନାହିଁ । କାରଣ ତାଙ୍କୁ ସାଲାଡ ସେବନ କରିବାର ସଠିକ ଉପାୟ ଜଣା ନ ଥାଏ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ବିଷୟରେ କହିବାକୁ ଯାଉଛୁ ।
ସାଲାଡ ଖାଇବାର ସଠିକ ଉପାୟ
ସାଲାଡକୁ ସବୁବେଳେ ଭୋଜନ ପୂର୍ବରୁ ଖାଇବା ଉଚିତ । ଯେତେବେଳେ କି ୯୦ ପ୍ରତିଶତ ଲୋକମାନେ ସାଲାଡର ସେବନ ଖାଇବା ସହିତ କରିଥାନ୍ତି । ଏହା ଦ୍ଵାରା ତାଙ୍କ ଶରୀରକୁ ପୂର୍ଣ୍ଣ ରୂପରେ ଲାଭ ମିଳି ନ ଥାଏ । ଏହା ଛଡା କେତେ ଥର ଡାଇଜେସନ ସହ ସମ୍ବନ୍ଧିତ ସମସ୍ୟା ବି ହୋଇଥାଏ




