ରାଜ୍ୟ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା; ଓସେପା କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ କରି ଓସେପା କାର୍ଯ୍ୟାଳୟ ସମ୍ମୁଖରେ ସ୍ୱତନ୍ତ୍ର ବିଏଡ ଡିଗ୍ରୀଧାରୀମାନେ ଧାରଣା ଦେଇଛନ୍ତି। ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଶହ ଶହ ଆଶାୟୀ ପ୍ରାର୍ଥୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରୁଛନ୍ତି। କନିଷ୍ଠ ଶିକ୍ଷକ ପଦବୀରେ ନିଯୁକ୍ତି ପାଇ ୨୦୨୩ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୧ବର୍ଷୀୟ ଓ ଦୁଇ ବର୍ଷୀୟ ବିଏଡକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା।

ଏହାସହିତ ଏହି ନିୟମାବଳୀରେ ପରିବର୍ତ୍ତନ କରିବାକୁ କୁହାଯିବା ପରେ ଦୁଇ ବର୍ଷୀୟ ଡିଗ୍ରୀଧାରୀ ମାନେ ଉତିର୍ଣ୍ଣ ହୋଇ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ଚକ୍ରାନ୍ତ କରି ସେମାନଙ୍କୁ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ କରିବା ସହ ତୁରନ୍ତ ନିଯୁକ୍ତି ଦାବିରେ ସେମାନେ ଧାରଣା ଦେଇଛନ୍ତି। ଦାୟିତ୍ୱହୀନତାକୁ ଦୋଷାରୋପ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button