ରାଜ୍ୟ
ହାତୀଙ୍କୁ କାଳ ହେଉଛି ବିଦ୍ୟୁତ, ପୁଣି ଆଉ ଏକ ହାତୀର ମୃତ୍ୟୁ

ସୁନ୍ଦରଗଡ: ପୁଣି ବିଦ୍ୟୁତ ତାର ଆଘାତରେ ଆଉ ଏକ ହାତୀର ଜୀବନ ଯାଇଛି । ସୁନ୍ଦରଗଡ ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏକ ମୃତ ହାତୀ ଠାବ କରାଯାଇଥିବା ବେଳେ ବିଦ୍ୟୁତ ତାରରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଟିର ମୃତଦେହ ଜବତ କରିଛି ।
ତେବେ ଓଡିଶାରେ ଏବେ ହାତୀ ସଙ୍କଟ ଦେଖା ଦେଇଛି।
କେଉଁଠି ବିଦ୍ୟୁତ ତାର ଲାଗି ତ କେଉଁଠି ରେଳ ଧାରଣାରେ କଟି ହାତୀମାନଙ୍କର ଅକାଳ ମୃତ୍ୟୁ ଘଟୁଛି। ଗତ ଦୁଇ ମାସରେ ପ୍ରାୟ ୩ଟି ହାତୀର ମୃତ୍ୟୁ ଘଟିଲାଣି। ଆଉ ସବୁ ଘଟଣାରେ ବିଦ୍ୟୁତ ହିଁ ପ୍ରମୁଖ କାରଣ ବୋଲି ଜଣାପଡିଛି। ଯେଉଁ କାରଣରୁ ହାତୀ ମାନଙ୍କର ଅକାଳରେ ମୃତ୍ୟୁ ଘଟୁଛି । ଯାହା ବନବିଭାଗ କାର୍ଯ୍ୟ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।




