ଦେଶ- ବିଦେଶ

ହରିୟାଣା ହୃଦୟରେ କିଏ?

ନୂଆଦିଲ୍ଲୀ: ହରିୟାଣାରେ ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ। ସାଧାରଣ ନିର୍ବାଚନ ପରେ ହେବାକୁ ଥିବା ହରିୟାଣା ନିର୍ବାଚନରେ କିଏ କରିବେ ବାଜିମାତ୍? ହରିୟାଣାର ହୃଦୟରେ କିଏ? ଗତ ଲୋକସଭା ନିର୍ବାଚନରେ ହରିୟାଣାର ମୋଟ୍ ୧୦ଟି ସିଟ୍ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ଜିତିଛନ୍ତି । ୨୦୧୯ରେ କ୍ଲିନ୍ ସୁଇପ୍ କରିଥିବା ବିଜେପିର ସ୍କୋର ଅଧାକୁ ଖସିଛି ।

ଦଳର ଭୋଟ୍ ସେୟାର ୨୦୧୯ର ୫୮ପ୍ରତିଶତରୁ କମି ୪୬ପ୍ରତିଶତରେ ପହଞ୍ଚିଛି । ବିଜେପିରୁ ସହରାଞ୍ଚଳରୁ ଭଲ ଭୋଟ୍ ମିଳିଥିଲେ ବି ଗ୍ରାମାଞ୍ଚଳ ଭୋଟର ନିରାଶ କରିଛନ୍ତି । ପୂର୍ବରୁ ହରିୟାଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେଉଥିବା ବେଳେ ଏଥର ଆପ୍, ଜେଜେପି ମଧ୍ୟ ଲଢେଇରେ ଭୂମିକା ନେବେ ।

ବିଜେପି ବିରୋଧରେ ଚାଷୀ ଅସନ୍ତୋଷ !

୨୦୧୯ରେ ବିଜେପିକୁ ହରିୟାଣାରେ ୪୦ସିଟ୍ ମିଳିଥିଲା । ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି ସହ ମିଶି ମେଣ୍ଟ ସରକାର ଗଠନ କରିଥିଲା ବିଜେପି । ତେବେ ୨୦୨୪ ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ଦୁଷ୍ୟନ୍ତ ବିଜେପି ସହ ବ୍ରେକଅପ୍ କରିଥିଲେ । ଏହାପରେ ଜେଜେପିର ୪ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । ଲୋକସଭା ନିର୍ବାଚନ ବେଳେ ହରିୟାଣାର ଅନେକ ଗାଁ ବିଜେପିର ସଭା ଓ ରାଲିକୁ ବୟକଟ୍ କରିଥିଲେ । ପଞ୍ଜାବ ଭଳି ହରିୟାଣାର ଚାଷୀ ମଧ୍ୟ କୃଷି ଆଇନକୁ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ । କୃଷି ଆଇନ ପ୍ରତ୍ୟାହାର କରାଯାଇଥିଲେ ବି ଅନ୍ୟ ଦାବି ନେଇ ନିରବ ରହିଥିଲା ବିଜେପି । ତେଣୁ ଦଳ ପ୍ରତି ଚାଷୀ ଆସନ୍ତୋଷ ଏବେ କେତେ ମାତ୍ରାରେ ରହିଛି, ତାଉପରେ ହରିୟାଣାରେ ବିଜେପିର ଭାଗ୍ୟ ନିର୍ଭର କରିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button