ଦେଶ- ବିଦେଶ

ସାପ କାମୁଡିଲେ କଣ କରିବେ ? ଜାଣନ୍ତୁ ପ୍ରାଥମିକ ଚିକିତ୍ସା,

ସୂଚନା ଅନୁସାରେ ପ୍ରତି ବର୍ଷ ଭାରତ ବର୍ଷରେ ଅନେକ ଲୋକଙ୍କର ସାପ କାମୁଡାରେ ମୃତ୍ୟୁବରଣ ହେଉଛି । ଏବଂ କିଛି ଲୋକ ସାପ କାମୁଡାରେ ଆହତ ହୋଇ ଅଳ୍ପକେ ବର୍ତ୍ତୁଅଛନ୍ତି । ସବୁ ଜାତିର ସାପ କାମୁଡିବା ଦ୍ଵାରା ଲୋକଙ୍କର ମୃତ୍ୟୁ ହୋଇନଥାଏ । ମାରାତ୍ମକ ବିଷଧର ସାପ କାମୁଡିବା ଯୋଗୁ ହିଁ ଅନେକ ଲୋକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ୧୦ ରୁ ୧୫ ପ୍ରଜାତିର ସାପ ଅତ୍ୟଧିକ ମାତ୍ରାରେ ବିଷାକ୍ତ ହୋଇଥାନ୍ତି । ଯେଉଁ ମାନଙ୍କ କାମୁଡାରେ ମଣିଷ ଶରୀରରେ ବିଷ ଚହଟି ଯାଇଥାଏ ।

 

ସେହି ସବୁ ପରିସ୍ଥିତିରେ ଯଦି ମଣିଷକୁ ଡାକ୍ତରଖାନ ନ ନେଇ ତାହାର ଉପଯୁକ୍ତ ଚିକିତ୍ସା କରାନଗଲେ । ସେହି ସବୁ ପରିସ୍ଥିତିରେ ମଣିଷର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ନ୍ୟୁରୋଟକ୍ଷୀ ପ୍ରଜାତିର ସାପ ମାନେ ପ୍ରାୟତଃ ସ୍ନାୟୁକୁ ଦୁର୍ବଳ କରିଦେଇଥାନ୍ତି । ଭାସ୍କୁଲୋଟକ୍ଷୀ ଓ ହେମାଟୋଟକ୍ଷୀ ଏହି ପ୍ରଜାତିର ସାପ ମାନେ ରକ୍ତ କଣିକାକୁ ସଂକ୍ରମଣ କରିଥାନ୍ତି ।

କୋବ୍ରା, ଚିତି, ନାଗ ଏହି ସବୁ ନ୍ୟୁରୋଟକ୍ଷୀ ପ୍ରଜାତିର ସାପ କାମୁଡିବା ଦ୍ଵାରା ଏହା ଶରୀରର ସ୍ନାୟୁକୁ ସଂକ୍ରମିତ କରି ଦେହ ସାରା ବିଷ ଚହଟି ଯାଇଥାଏ । ଏହା ଦ୍ଵାରା ଛେପ ଢୋକିବାରେ, ଆଖି ପଡିଯାଇ ଆଖିକୁ ନ ଦିଶିବା, ଆଖିକୁ ଦୁଇ ଦୁଇଟା ଦେଖାଯିବା, ଖାଦ୍ଯ ଗିଳିବା ପାଇଁ କଷ୍ଟ ହେବା ସହିତ ଗଳାର ଅନେକ ସମସ୍ଯା ଦେଖା ଯାଇଥାଏ । ଏହା ବ୍ଯତୀତ ନିଶ୍ଵାସ ନେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।

 

ତେଣୁ ଯଥା ଶୀଘ୍ର ଏହି ଭଳି ବିଷଧର ସାପ କାମୁଡିବା ଦ୍ଵାରାସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯିବା ଉଚିତ ହୋଇଯାଇଥାଏ । ଯେତେ ଶୀଘ୍ର ଆଶୁ ଚିକିତ୍ସା କରିବା ସହିତ ଆଣ୍ଟିସ୍ନେକ ଟିଟାନସ ଦେବା ଉଚିତ ହୋଇଥାଏ । ଭାସକୁଲୋଟକ୍ଷୀ ପ୍ରଜାତିର ସାପ କାମୁଡିବା ଦ୍ଵାରା ରୋଗୀର ଲକ୍ଷଣ ଗୁଡିକ ହେଉଛି ବାନ୍ତି ଲାଗିବା, ଦେହ ବୁଲାଇବା, ଦେହର ଅନେକ ସ୍ଥାନରୁ ରକ୍ତ ସ୍ରାବ ହେବା ।

କ୍ରମାଗତ ଭାବେ ଏଭଳି ରକ୍ତ ସ୍ରାବ ହେବା ଦ୍ଵାରା ଏହା କିଡ୍ନୀ ଉପରେ ପ୍ରଭାବ ପକେଇଥାଏ । ସାପ କାମୁଡିବା ସଙ୍ଗେ ସଙ୍ଗେ ରୋଗୀକୁ ଭୟଭୀତ ନ କରାଇ ରୋଗୀକୁ ଆଶ୍ଵାସନା ଦେବା ଉଚିତ । ଯେତେ ଶୀଘ୍ର ସେହି କାମୁଡିବା ସ୍ଥାନରେ ସାବୁନରେ ଭଲ ଭାବରେ ଧୋଇ ଦିଅନ୍ତୁ । ସେହି ଜାଗାରେ ଗାମୁଛା କିମ୍ବା କୌଣସି ପରିଷ୍କାର ପଟି ସେଠି ବାନ୍ଧି ଦିଅନ୍ତୁ । ବେଶି ଟାଇଟରେ ବାନ୍ଧିବେ ନାହିଁ, ଏହା ଦ୍ଵାରା ରକ୍ତ ସଞ୍ଚାଳନରେ ଅସୁବିଧା ଦେଖାଯାଇପାରେ ।

 

ସାପ କାମୁଡିବାର ଯଥା ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ନେଇଯିବା ଉଚିତ । ଏହା ଦ୍ଵାରା ବିଷ ଦେହରେ ବହୁତ ଚହଟି ନଥାଇପାରେ । ଯଦି ଜାଣିଥିବେ କେଉଁ ସାପ ତାହେଲେ ନିହାତି ଡାକ୍ତରଙ୍କୁ ସୂଚନା ଦିଅନ୍ତୁ । ଡାକ୍ତର ଏହାର ବିଷକୁ ଅନୁଧ୍ୟାନ କରି ଉପଯୁକ୍ତ ଚିକିତ୍ସା କରିବେ । ପ୍ରାୟତଃ ବିଷଧର ସାପ କାମୁଡିବାରେ ରୋଗୀକୁ ଆଣ୍ଟିସେକଭେନୋମ ଦିଆଯାଇଥାଏ । ଏହା ସମସ୍ତ ସରକାରୀ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ହୋଇଥାଏ । ଅନ୍ଧ ବିଶ୍ଵାସଠୁ ଦୂରରେ ରୁହନ୍ତୁ ।

 

ସାପ କାମୁଡିବା ପରେ ଗାଁ ଗୁଣିଆ ପାଖରୁ ଆୟୁର୍ବେଦିକ ଚିକିତ୍ସା କରିବା କିମ୍ବା ମନ୍ଦିର ଯାଇ ପୂଜା ଅର୍ଚନା କରିବା ଅପେକ୍ଷା ଯେତେ ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ଯାଇ ରୋଗୀକୁ ନେଇ ଡାକ୍ତରଙ୍କ ଠାରୁ ଉପଯୁକ୍ତ ଚିକିତ୍ସା କରେଇବା ଉଚିତ ହୋଇଥାଏ । ଏହା ଦ୍ଵାରା ରୋଗୀକୁ ବହୁତ ଶୀଘ୍ର ଏହି ସାପ କାମୁଡାରୁ ବଞ୍ଚେଇ ହେବ

Related Articles

Leave a Reply

Your email address will not be published. Required fields are marked *

Back to top button