ଖେଳ ଖବର

ଡାଏମଣ୍ଡ୍‌ ଲିଗ୍‌ ଫାଇନାଲ୍‌ରେ ନୀରଜ ଚୋପ୍ରା, ଆସନ୍ତା ୧୩ରେ ବେଲଜିୟମର ବ୍ରସେଲ୍ସରେ ଫାଇନାଲ୍ ମୁକାବିଲା

ନୂଆଦିଲ୍ଲୀ,୦୭/୦୯: ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଭାରତର ଜାଭେଲିନ୍ ତାରକା ନୀରଜ ଚୋପ୍ରା ଆଗାମୀ ଡାଏମଣ୍ଡ୍ ଲିଗ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜାଭେଲିନ ପଏଣ୍ଟ ତାଲିକାରେ ସେ ମୋଟ ୧୪ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି । ବେଲଜିୟମର ବ୍ରସେଲ୍ସ ଠାରେ ଆସନ୍ତା ୧୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ଖେଳାଯିବ ।

ବିଶ୍ୱ ଚାମ୍ପିଅନ୍ ନୀରଜ ଗତ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ବର୍ଷ ସେ ଡାଏମଣ୍ଡ୍ ଲିଗ୍ରେ ମୋଟ ୪ଟି ପ୍ରତିଯୋଗିତାରୁ ମାତ୍ର ୨ଟିରେ ଭାଗ ନେଇଥିଲେ। ଆହତ ହେବା ଯୋଗୁ ପ୍ୟାରିସ୍ ଇଭେଣ୍ଟରୁ ଦୂରେଇ ରହିଥିଲେ ଏବଂ ଜୁରିଖ ଇଭେଣ୍ଟରେ ଭାଗ ନନେଇ ବିଶ୍ରାମ ନେଇଥିଲେ । ଆଗାମୀ ଫାଇନାଲ୍ରେ ତାଙ୍କୁ ଗ୍ରେନାଡାର ଆଣ୍ଡରସନ ପିଟର୍ସ, ଜର୍ମାନୀର ଜୁଲିଏନ ୱେବର ଓ ଚେକ୍ ଗଣରାଜ୍ୟର ଜାକୁବ ଭାଲଡେଚ୍ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛନ୍ତି । ପିଟର୍ସ ୨୯ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋଲ୍ଡୋଭାର ଆଣ୍ଡ୍ରିଆନ୍ ମାରଡେୟାର, ଜାପାନର ରୋଡେରିକ୍ ଗେଙ୍କି ଡିନ୍ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗତ ପ୍ୟାରିସ୍ ପାରାଲିମ୍ପିକ୍ସ ଚାମ୍ପିଅନ୍ ପାକିସ୍ତାନର ଅର୍ଶଦ ନଦୀମ ଫାଇନାଲ୍କୁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛନ୍ତି ।

ସୂଚନାଯୋଗ୍ୟ, ନୀରଜ ୨୦୨୨ ଡାଏମଣ୍ଡ୍ ଲିଗ୍ରେ ଚାମ୍ପିଅନ୍ ହୋଇଥିବାବେଳେ ୨୦୨୩ରେ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button