ଦେଶ- ବିଦେଶ

କଙ୍ଗନାଙ୍କ ‘ଇମର୍ଜେନ୍‌ସି’ ରିଲିଜ୍‌ ବିଳମ୍ବ ହେବ

ମୁମ୍ବାଇ: ‘ଇମର୍ଜେନ୍ସି’ ଚଳଚ୍ଚିତ୍ରର ପ୍ରଦର୍ଶନ ଅନୁମତି ନିମନ୍ତେ ଆଜି ପୁଣିଥରେ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ନିରାଶ ହେବାକୁ ପଡ଼ିଛି। ଚଳଚ୍ଚିତ୍ରର ପ୍ରଦର୍ଶନ ଅନୁମତି ଦେବା ନିମନ୍ତେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍ସି)କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି।

ଆଜି ବିଚାରପତି ବିପି କୋଲାବାୱାଲା ଓ ଫିରଦୋସ୍ ପୁନିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କଙ୍କନାଙ୍କ ଆବେଦନର ଶୁଣାଣି କରିଥିଲେ। ଚଳଚ୍ଚିତ୍ରର ପ୍ରଦର୍ଶନ ନିମେନ୍ତ ସିବିଏଫ୍ସିକୁ ନିର୍ଦ୍ଦେଶ ଦେବାକୁ ଅଗ୍ରାହ୍ୟ କରି ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଇତିମଧ୍ୟରେ ମଧ୍ୟପ୍ରଦେଶ ହାଇକୋର୍ଟ ସିବିଏଫ୍ସିକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଯଦି ଆମେ କିଛି ରାୟ ଦେଉ, ତେବେ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶର ସିଧାସଳଖ ଖିଲାପ ହେବ। ଆମେ ଏହା କରିପାରିବୁ ନାହିଁ। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣିକୁ ସେପ୍ଟମ୍ବର ୧୯କୁ ଧାର୍ଯ୍ୟ କରି କହିଛନ୍ତି, ଆମେ ଜାଣୁଛୁ ଯେ ଏହା ପଛରେ କିଛି ଘଟୁଛି। ଆମେ ସେ ପ୍ରସଙ୍ଗରେ କିଛି କହିବୁ ନାହିଁ। ଚଳଚ୍ଚିତ୍ର ସମ୍ପର୍କରେ ଥିବା ବିରୋଧାଭାଷକୁ ସିବିଏଫ୍ସି ଗ୍ରହଣ କରିବା ସହ ସେପ୍ଟେମ୍ବର ୧୮ ସୁଦ୍ଧା ନିଜର ନିଷ୍ପତ୍ତି ଗ୍ରହଣ କରୁ।

ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ର ବିରୋଧରେ ଶିଖ୍ ସଂଗଠନ ପକ୍ଷରୁ ମଧ୍ୟପ୍ରଦେଶ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ସେମାନେ କହିଥିଲେ ଯେ ଚଳଚ୍ଚିତ୍ରରେ ଏଭଳି କିଛି ଦୃଶ୍ୟ ରହିଛି ଯାହା ସେମାନଙ୍କୁ ଧାର୍ମିକ ଆଘାତ ଦେଇପାରେ। ଶିଖ୍ ଗୋଷ୍ଠୀଙ୍କ ପ୍ରତିବାଦକୁ ଶୁଣିବାକୁ ସିବିଏଫ୍ସିକୁ ନିର୍ଦ୍ଦେଶ ଦେଇ ତୁରନ୍ତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button